www.samajalive.in
Tuesday, December 9, 2025
23.1 C
Bhubaneswar

ପଡ଼ିଆରେ ମଣିଷ ଖପୁରୀ, ଅଢ଼େଇ ମାସ ତଳେ ନିଖୋଜ ଶିଶୁକୁ ନେଇ ଚର୍ଚ୍ଚା

ଯୋଡା: ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ ବସ୍ତି ସନ୍ନିକଟ ଏକ ପଡିଆରୁ ରବିବାର ଏକ ମଣିଷ ଖପୁରୀ ମିଳିଛି। ଏହି ଖପୁରୀଟି ଅଢ଼େଇ ମାସ ତଳେ ନିଖୋଜ ହୋଇଥିବା ଏକ ଶିଶୁର ବୋଲି ଚର୍ଚ୍ଚା ହେଉଛି। ଏପରି କି ନିଖୋଜ ଶିଶୁର ମା’ ତାଙ୍କ ପୁଅକୁ ହତ୍ୟା କରାଯାଇଥିାବ ଅଭିଯୋଗ କରିବା ସହିତ ଏହି ଖପୁରୀ ତାଙ୍କ ପୁଅର ବୋଲି ଦାବି କରିଛନ୍ତି। ମାତ୍ର ପୁଲିସ ଅଢ଼େଇ ମାସ ତଳର ଘଟଣା ଉପରୁ ଏଯାଏ ପରଦା ହଟାଇପାରି ନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୧୫ରେ ଟୋଲଗେଟ୍‌ ବସ୍ତିର ରୋହିତ ଓରାମ ନାମକ ଶିଶୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ରୋହିତର ମା ଶଶି କାମକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତା’କୁ ଅପହରଣ କରିନେଇଥିବା ଶଶି ଅଭିଯୋଗ କରିଥିଲେ। ରୋହିତର ଜେଜେ ଗୁରୁଚରଣ ଓରାମ ଏ ନେଇ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଗତ ଜାନୁୟାରୀ ୧୮ ତାରିଖରେ ଏକ ଶିଶୁର ଗଳିତ ପାଦ ଉକ୍ତ ପଡ଼ିଆରୁ ଉଦ୍ଧାର କରାଯାଇଥିଲା। ବୁଲା କୁକୁର ଉକ୍ତ ପାଦକୁ କେଉଁ ଆଡୁ ଟାଣି ଆଣିଥିଲା। ୧୯ ତାରିଖରେ ପୁଲିସ କଟା ପାଦକୁ ଜବତ କରିଥିଲା। ଏହା ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ଛାନବିନ କରାଯାଇଥିଲେ ମଧ୍ୟ ପୁଲିସ ଏହାର କୌଣସି ଟେର ପାଇପାରି ନ ଥିଲା। ସେପଟେ ରୋହିତକୁ ହତ୍ୟା କରାଯାଇଥିବା ତା’ର ମା’ ଅଭିଯୋଗ କରିଥିଲା। ଏପରି କି ହତ୍ୟାକାଣ୍ଡ ପଛରେ ତାଙ୍କ ଶମ୍ପର୍କୀୟଙ୍କ ହାତ ରହିଥିବା ଶଶି ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସ ତଦନ୍ତରେ କୌଣସି ନିଷ୍କର୍ସ ମିଳି ନ ଥିଲା। ଏବେ ଏକ ଶିଶୁର ଖପୁରୀ ମିଳିଥିବାରୁ ଏହାକୁ ନେଇ ପୁଣି ଥରେ ରୋହିତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶଶି ଉକ୍ତ ଖପୁରୀଟି ତାଙ୍କ ପୁଅର ବୋଲି ଦାବି କରିଛନ୍ତି। ଘଟଣା ସ୍ଥଳରେ ବଡବିଲ ଏସଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ଉପସ୍ଥିତ ରହି ଅନୁସନ୍ଧାନ କରିଥିବା ସୂଚନା ମିଳିଛି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories