ବୁର୍ଲା: ବୁର୍ଲା ସହର ମାର୍କେଟ୍ ଅଂଚଳରେ ରଞ୍ଜିତ କରଙ୍କ ନାମକ ଜଣେ ବ୍ୟକ୍ତିଙ୍କ ସ୍କୁଟିରୁ ଏକ ସାପକୁ ଉଦ୍ଧାର କରାଯାଇଛି। ମଝିପାଲି ଅଞ୍ଚଳର ରଞ୍ଜିତ ସ୍କୁଟି ରଖି ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ତାଙ୍କ ଗାଡ଼ିରେ ସାପ ପଶିଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତୁରନ୍ତ ଜଣେ ସାପ ଧରାଳିଙ୍କୁ ଖବର ଦିଆଯାଇଥିଲା। ସାପ ଧରାଳି ପହଞ୍ଚି ଗାଡିର ସିଟ୍ ଖୋଲିବା ସହିତ ଉପର ଭାଗ କଭର୍ ଖୋଲି ସାପକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ବର୍ଷାଦିନ ଯୋଗୁ ସରୀସୃପ ପ୍ରାଣୀମାନେ ଶୁଖିଲା ସ୍ଥାନରେ ରହିବା ପାଇଁ ଗାଡ଼ି ଏବଂ ଜୋତା ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ତେଣୁ ଏଥିପ୍ରତି ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
Popular Categories



