www.samajalive.in
Saturday, December 6, 2025
15.1 C
Bhubaneswar

ଭାରତର ସମସ୍ତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ – ଅମିତ ଶାହା

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶର ସମସ୍ତ ଶରଣାର୍ଥୀଙ୍କୁ ସଂଶୋଧିତ ନାଗରିକତା ଆଇନ ଅଧୀନରେ ନାଗରିକତ୍ୱ ନ ମିଳିବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଟକିବେ ନାହିଁ। କୋଲକାତାରେ ଆଜି ବିଜେପି ଦ୍ୱାରା ଆୟୋଜିତ ‘ଆର ନଏ ଅନ୍ୟାୟ’ ରାଲିରେ ଉଦବୋଧନ ଦେବା ଅବସରରେ ଶାହା କହିଛନ୍ତି, ଯେ ୨୦୨୧ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ସେଠାରେ ସରକାର ଗଠନ କରିବ।

ଟିଏମସି ସମେତ ଶରଣାର୍ଥୀ ଏବଂ ସଂଖ୍ୟାଲଘୁଙ୍କୁ ବିଭ୍ରାନ୍ତ କରୁଥିବା ବିରୋଧୀ ଦଳଗୁଡିକୁ ସମାଲୋଚନା କରି ସେ କହିଛନ୍ତି, ନାଗରିକତା ସଂଶୋଧନ ଅଧିନିୟମ ଯୋଗୁଁ କୌଣସି ବ୍ୟକ୍ତି ନାଗରିକତ୍ୱ ହରାଇବେ ନାହିଁ। ସେ କହିଛନ୍ତି, ‘ବିରୋଧୀ ଦଳଗୁଡିକ ସଂଖ୍ୟାଲଘୁଙ୍କୁ ଆତଙ୍କିତ କରୁଛନ୍ତି … ମୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ କରୁଛି ଯେ ସଂଶୋଧିତ ନାଗରିକତା ଆଇନ କେବଳ ନାଗରିକତ୍ୱ ପ୍ରଦାନ କରେ, ଛଡ଼ାଇ ନିଏ ନାହିଁ।’ ଏହା ନାଗରିକତ୍ୱ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories