www.samajalive.in
Saturday, December 6, 2025
15.1 C
Bhubaneswar

ନିଆଁ ମୁହଁରୁ ପୋଷା କୁକୁରକୁ ବଞ୍ଚାଇ ଜୀବନ ହାରିଲେ ଯବାନ

ଜମ୍ମୁ : ନିଜ ଜୀବନକୁ ବାଜି ଲଗାଇ ମାଲିକ ବା ମାଲିକଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇଥିବା ପୋଷା କୁକୁର ବିଷୟରେ ଆପଣ ଅନେକ ଶୁଣିଥିବେ। କିନ୍ତୁ ଜଣେ ମାଲିକ ନିଜ ଜୀବନକୁ ବାଜି ଲାଗାଇ ପୋଷା କୁକୁରକୁ ବଞ୍ଚାଇ ଥିବା ଘଟଣା କେବେ ଶୁଣିଛନ୍ତି କି?

ଜମ୍ମୁ-କଶ୍ମୀରର ଗୁଲମର୍ଗ ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି। ନିଆଁ ମୁହଁରୁ ନିଜ ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ଜଣେ ଯବାନ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଯବାନଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଘରେ ତାଙ୍କ ପତ୍ନୀଙ୍କ ସହ ପୋଷା କୁକୁର ଥିଲେ। ପତ୍ନୀଙ୍କୁ ସୁରକ୍ଷିତ ଭାବେ ଘରୁ ବାହାର କରିବା ପରେ ପୋଷା କୁକୁରକୁ ବଞ୍ଚାଇବା ପାଇଁ ସେ ଲାଗି ପଡିଥିଲେ। ଶେଷରେ ନିଆଁ ମୁହଁରୁ କୁକୁରକୁ ବଞ୍ଚାଇ ଦେଲେ, ହେଲେ ନିଜେ ନିଆଁରେ ଜଳି ଯାଇଥିଲେ। ତାଙ୍କ ଶରୀରର ଅଧିକାଂଶ ଅଂଶ ନିଆଁରେ ଜଳି ଯାଇଥିବା କାରଣରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ପାଇଁ ଦମକଳ କର୍ମଚାରୀ ପହଞ୍ଚି ପୁଲିସ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ସେନା ଅଧିକାରୀ ମୃତଦେହକୁ ଜବତ କରି ଆଇନଗତ ଔପଚାରିକତା ଦୃଷ୍ଟିରୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories