www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ସଂକ୍ରମଣ : ଇରାନରେ ୪୩ ମୃତ, ଜାମ୍ମୁ କାଶ୍ମୀର ଓ ଲଦାଖରେ ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହ ଶନିବାର ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପ୍ରସ୍ତୁତି ନେଇ କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସହଯୋଗରେ ଏହାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଚୀନ୍‍ ପରେ ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିଥିବା ବେଳେ ଏଥିପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଥିବା ସେ କହିଛନ୍ତି। ବିଶେଷକରି ବିମାନ ବନ୍ଦର, ବିଭିନ୍ନ ଚେକ୍‍ପୋଷ୍ଟରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସର୍ବସାଧାରଣ ସ୍ଥାନରେ ସଚେତନତା ବୃଦ୍ଧି
ଲାଗି ସେ ଗୁରୁତ୍ୱାରୋପ କରିଛନ୍ତି।

ଇରାନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେଠାରେ ରହୁଥିବା ଭାରତୀୟମାନେ କିଭଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ, ସେ ନେଇ ବ୍ୟବସ୍ଥା କରାଯାଉଥିବା ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗଦାମ ଧର୍ମେନ୍ଦ୍ର କହିଛନ୍ତି। ସେ ଟ୍ୱିଟ୍‍ କରି କହିଛନ୍ତି ଇରାନ ପ୍ରଶାସନ ସହ ଏ ନେଇ ବ୍ୟବସ୍ଥା କରିବାକୁ ଆଲୋଚନା ଜାରି ରହିଛି। ଶନିବାର ସୁଦ୍ଧା ଇରାନରେ ଏହି ଭୂତାଣୁ ସଂକ୍ରମଣରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି।

- Advertisement -

ଇରାନରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳକୁ ବହୁସଂଖ୍ୟାରେ ନାଗରିକ ଆସୁଥିବାରୁ ସେହିସବୁ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories