www.samajalive.in
Saturday, December 6, 2025
19.1 C
Bhubaneswar

ଦୁଇଟି ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା : ୩ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସିଙ୍ଗରୌଲୀରେ ଦୁଇଟି ମାଲବାହୀ ଟ୍ରେନ୍ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସଠାରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବୈଧାନ ଥାନାର ରିହନ୍ଦ ନଗରରୁ ଏକ ମାଲବାହୀ ଟ୍ରେନ୍ କୋଇଲା ନେଇ ଯାଉଥିଲା। ସାମ୍ନା ପଟରୁ ଅନ୍ୟ ଏକ ଖାଲି ମାଲବାହୀ ଟ୍ରେନ୍ ଫେରୁଥିଲା। ଉଭୟ ଗାଡି ଦ୍ରୁତ ଗତିରେ ଥିବାରୁ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ଏନଟିପିସି ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

- Advertisement -


ଦୁଇଟି ଟ୍ରେନ୍ ଧକ୍କା ହେବା ଫଳରେ କୋଇଲା ଭର୍ତ୍ତି ମାଲଗାଡିର ଏକ ଡବା ଖାଲି ମାଲଗାଡିର ଇଞ୍ଜିନ ଉପରେ ଚଢିଯାଇଥିଲା। ଇଞ୍ଜିନରେ ଦୁଇ ଜଣ ଡ୍ରାଇଭର ଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ। ବଗିରୁ କୋଇଲା ଖାଲି କରାଯିବା ପରେ ଏନଟିପିସିର ଦୁଇ କ୍ରେନ୍ ବଗି ଉଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ରେଳ ଧାରଣାରେ କେବଳ ମାଲଗାଡି ପରିବହନ ହୋଇଯାଏ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories