www.samajalive.in
Saturday, December 6, 2025
15.1 C
Bhubaneswar

ତ୍ବଚାର ଟ୍ୟାନ୍ ସମସ୍ୟା ଚୁଟ୍‌କିରେ ଦୂର କରିବ ଏହି ଉପାୟ

ଖରାଦିନ ଆସିଲେ ତ୍ୱଚାରେ ସନ୍‌ବର୍ନ ବା ଟ୍ୟାନିଂ ସମସ୍ୟାକୁ ନେଇ ଚିନ୍ତା ବଢିଯାଏ। ଏହାକୁ ଦୂର କରିବା ଲାଗି ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣେଇଥାଉ। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜାଣିରଖନ୍ତୁ ଟ୍ୟାନ୍‌ ଫ୍ରି ତ୍ୱଚା ପାଇବାର କେତୋଟି ଘରୋଇ ଉପାୟ ବିଷୟରେ –

-ପ୍ରତିଦିନ ସାବୁନ୍‌ କିମ୍ବା ଲିକ୍ୱିଡ୍‌ ବଡିଓ୍ବାଶ୍‌ ଲଗାଇ ଭଲ ଭାବେ ଗାଧୋଇଲେ ପୁରୁଣା ଡେଡ୍‌ ସ୍କିନ୍‌ ବାହାରିଯିବା ଦ୍ୱାରା ମଧ୍ୟ କିଛି ମାତ୍ରାରେ ଟ୍ୟାନ୍‌ ସମସ୍ୟା ଦୂର ହୋଇଯାଏ। ଏଥିପାଇଁ ଉଷୁମ ପାଣି ବ୍ୟବହାର କରିବା ଅଧିକ ଲାଭଦାୟକ।

- Advertisement -

-ଲେମ୍ବୁ ରସରେ ମହୁ ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଧୀରେ ଧୀରେ ପାଣିରେ ଧୋଇ ଦିଅନ୍ତୁ। ଏହା ଟ୍ୟାନ୍‌ ଦୂର କରିବାରେ ସାହାଯ୍ୟ କରିଥାଏ।

-ବେସନରେ ଲେମ୍ବୁ ରସ, ଦହି, ହଳଦୀ ମିଶାଇ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ପରେ ଟ୍ୟାନ୍‌ ସହଜରେ ଦୂର ହୋଇଥାଏ।

-କ୍ଷୀର, ହଳଦୀ ପ୍ୟାକ୍‌ ଲଗାଇଲେ ମଧ୍ୟ ଟ୍ୟାନ୍‌ ସମସ୍ୟା ଦୂର ହୋଇଥାଏ।

-ଚନ୍ଦନ ପାଉଡର୍‌, ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଟ୍ୟାନ୍‌ ହୋଇଥିବା ସ୍ଥାନରେ ୨୦ମିନିଟ୍‌ ଲଗାଇ ରଖନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ।

-କାକୁଡ଼ି ରସ ଏକ ଚାମଚ, ଦହି ଏକ ଚାମଚ, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ଏବଂ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଟ୍ୟାନ୍‌ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍‌ ଲଗାଇଲେ ଟ୍ୟାନ୍‌ ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories