www.samajalive.in
Saturday, December 6, 2025
23.1 C
Bhubaneswar

ମହିଳା ଟି-୨୦ ବିଶ୍ଵକପ: ଶ୍ରୀଲଙ୍କାଙ୍କୁ ୭ ୱିକେଟରେ ପରାସ୍ତ କଲା ଭାରତ

ମେଲବୋର୍ଣ୍ଣ: ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ବିଶ୍ଵକପର ୧୪ଶ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୧୩ ରନ୍‌ କରିବାରେ ସମର୍ଥ ହୋଇଥିଲା। ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ମହିଳା ଦଳ ୧୪.୪ ଓଭରରେ ୩ ୱିକେଟ ବିନିମୟରେ ୧୧୬ ରନ୍‌ ସଂଗ୍ରହ କରିନେଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ଶେଫାଳୀ ବର୍ମା ସର୍ବାଧିକ ୪୭ ରନ କରିଥିଲେ।

- Advertisement -

ଭାରତ ଏହାର ୪ର୍ଥ ବିଜୟ ସହିତ ଗ୍ରୁପ-ଏ’ରେ ୮ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନରେ ରହିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories