www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ ଅଦରକାରୀ ଭାବି ଫିଙ୍ଗି ଦେଉଥିବା କମଳା ମଞ୍ଜିର ଉପକାରିତା

ବହୁ ଲୋକଙ୍କୁ କମଳା ଖାଇବାକୁ ଖୁବ ପସନ୍ଦ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି ଥିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହାର ସ୍ୱାଦ ଖଟା ଓ ମିଠା ଥିବାରୁ ଏହା ଖାଇବାକୁ ମଧ୍ୟ ସୁଆଦିଆ । କମଳାକୁ ସିଧାସଳଖ ହେଉ ଅଥବା ଜୁସ ଭାବେ ପ୍ରସ୍ତୁତ କରି ହେଉ ସେବନ କରାଯାଏ। ନିଶ୍ଚିତ ଭାବେ କମଳା ଖାଇବା ପରେ ଏହାର ମଞ୍ଜିକୁ ଫୋପାଡ଼ି ଦେଉ। ମାତ୍ର ଅଦରକାରୀ ଭାବି ଫୋପାଡ଼ି ଦେଉଥିବା ଏହି କମଳା ମଞ୍ଜିର ଉପକାରିତା ଗୁଣ ବିଷୟରେ ହୁଏତ ସଭିଁଙ୍କୁ ଜଣା ନଥିବ। ଜାଣନ୍ତୁ ……
୧- କମଳା ମଞ୍ଜି ରକ୍ତଚାପକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ ବି୬ ଓ ମାଗ୍ନେସିୟମ ଭରପୁର ମାତ୍ରାରେ ରହିଛି। ଯାହା ରକ୍ତଚାପ ସଠିକ ଭାବେ ନିୟନ୍ତ୍ରଣ କରିଥାଏ।
୨ – କମଳା ମଞ୍ଜିରୁ ତେଲ ମଧ୍ୟ ପ୍ରସ୍ତୁତ କରାଯାଏ। ଯାହା ଖାଦ୍ୟ ପ୍ରସ୍ତୁତି କରିବାରେ ବ୍ୟବହାର କରାଯାଏ।
୩ – ବିଭିନ୍ନ କେକ ଓ ବିସ୍କୁଟ ପ୍ରସ୍ତୁତରେ ମଧ୍ୟ ଏହା ବ୍ୟବହାର ହୋଇଥାଏ।
୪- ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ମଧ୍ୟ କମଳା ମଞ୍ଜି ସହାୟକ ହୋଇଥାଏ।
୫- ଏହା ଶରୀରରେ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
୬- କମଳା ମଞ୍ଜି ତେଲ କେଶରେ ଲଗାଇବା ଦ୍ୱାରା କେଶ ମଜଭୂତ ହେବା ସହ କେଶକୁ ନରମ ଓ ରେଶମୀ କରିଥାଏ।
୭ – ଶରୀରରେ ମଧ୍ୟ ମାଲିସ ପାଇଁ କମଳା ମଞ୍ଜି ତେଲ ବ୍ୟବହାର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories