www.samajalive.in
Sunday, December 7, 2025
18.1 C
Bhubaneswar

ମହିଳା ଟି-୨୦ ବିଶ୍ଵକପ: ଭାରତଦ ଦମ୍‌ଦାର ପ୍ରଦର୍ଶନ, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ଵକପର ୧୪ଶ ମ୍ୟାଚରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଦଳ ବ୍ୟାଟିଂ ୧୦.୪ ଓଭର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୪ ୱିକେଟ୍‌ ବିନିମୟରେ ୫୮ ରନ୍‌ ସଂଗ୍ରହ କରିଛି। ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।ବ୍ୟାଟିଂ ଆରମ୍ଭରୁ ଓପନର ଉମେଶା ଥିମାସିନି ଦୀପ୍ତି ଶର୍ମାଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ସେ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ହର୍ସିତା ମାଦବୀ ଏବଂ ଚାରାମି ଆଟ୍ଟାପାଟଥୁ ଦଳର ସ୍ଥିତିକୁ ସୁଧାରିଥିଲେ। ତେବେ ଦଳର ସ୍କୋର ୪୨ ରନ ହୋଇଥିବାବେଳେ ଭାରତୀୟ ବୋଲର ରାଜେଶ୍ଵରୀ ତାଙ୍କୁ ଆଉଟ୍‌ କରିଦେଇଥିଲେ। ପରେ ପରେ ଆଟାପାଟଥୁ ୩୩ ରନ୍‌ରେ ଏବଂ ହାସିନା ପେରେରା ୭ ରନ୍‌ କରି ଆଉଟ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଚଳିତ ବିଶ୍ଵକପରେ ଏହା ଭାରତର ୪ର୍ଥ ମ୍ୟାଚ। ଏହା ପୂର୍ବରୁ ଭାରତ ୩ଟି ମ୍ୟାଚ ଖେଳି ସାରିଥିବାବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ସହିତ ଗ୍ରୁପ୍‌-ଏ ତାଲିକାରେ ଶୀର୍ଷରେ ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories