www.samajalive.in
Sunday, December 7, 2025
16.1 C
Bhubaneswar

ଦିଲ୍ଲୀ ଦଙ୍ଗା: କିପରି ଆରମ୍ଭ ହୋଇଥିଲା ହିଂସା, କିଏ ଥିଲେ ସୂତ୍ରଧର ? ଜାଣନ୍ତୁ, କ’ଣ କହୁଛି ପୁଲିସର ତଦନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏବେ ବି ୨୦ରୁ ଅଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ)ର ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଏହି ଦଙ୍ଗା ସୃଷ୍ଟି ହୋଇଥିଲା। ତେବେ ଏହାର ସୂତ୍ରଧର ଥିଲେ ସିଏଏ ବିରୋଧୀ ଭୀମ୍‌ ଆର୍ମିର ସମର୍ଥକ ଏବଂ ସିଏଏ ସପକ୍ଷବାଦୀ ବିଜେପିର କପିଲ ମିଶ୍ରା। ଦିଲ୍ଲୀ ପୁଲିସ ଏବଂ ସ୍ପେଶାଲ ବ୍ରାଞ୍ଚର ତଦନ୍ତରୁ ଏହି ସୁରାକ୍‌ ମିଳିଛି।

ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଭୀମ ଆର୍ମି ପକ୍ଷରୁ ସିଏଏ ବିରୋଧରେ ଫେବୃୟାରୀ ୨୩ ରବିବାର ଦିନ ଭାରତ ବନ୍ଦ ଡାକରା ଦେଇଥିଲା। ଦିଲ୍ଲୀରେ ବନ୍ଦ ପାଳନ ସମୟରେ ଭୀମ ଆର୍ମିର ସମର୍ଥକମାନେ ବିଭିନ୍ନ ସ୍ଥାନରେ ପତାକା ଉଡ଼ାଇ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ବୁଲୁଥିଲେ। ହିଂସାର ଆରମ୍ଭ ପ୍ରଥମେ ଭୀମ ଆର୍ମି ସମର୍ଥକମାନଙ୍କ ଦ୍ବାରା ହୋଇଥିଲା। ଏମାନେ ହିଁ ପ୍ରଥମେ ପଥରମାଡ଼ ଆରମ୍ଭ କରିଥିଲେ।

- Advertisement -

ବିଜେପି ନେତା କପିଲ ମିଶ୍ରା ଅପରାହ୍ନ ୧ଟା ବେଳେ ଟ୍ବିଟ୍‌ କରି ସମର୍ଥକମାନଙ୍କୁ ଅପରାହ୍ନ ୩ଟା ବେଳକୁ ମୌଜପୁର ଛକରେ ପହଞ୍ଚିବାକୁ କହିଥିଲେ। ପରେ ଏଠାରେ କପିଲ ମିଶ୍ରା ନିଜ ସମର୍ଥକମାନଙ୍କୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିଲେ। ଏହି ସମୟରେ ଭୀମ ଆର୍ମିର ୧୫ରୁ ୨୦ ସମର୍ଥନ ଉକ୍ତ ଅଞ୍ଚଳ​‌ ଦେଇ ଚାନ୍ଦବାଗରୁ ଜୋରବାଗ ଯାଉଥିଲେ। ଭୀମ ଆର୍ମି ସମର୍ଥକମାନେ ସିଏଏ ବିରୋଧୀ ନାରା ଦେଇ ଯାଉଥିବାବେଳେ କପିଲ ମିଶ୍ରାଙ୍କ ସମର୍ଥକମାନଙ୍କୁ ଦେଖି ଅଧିକ ଜୋରରେ ପାଟି କରିଥିଲେ। ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲେ। ମାରପିଟ୍‌ ପରେ ଭୀମ ଆର୍ମି ସମର୍ଥକମାନେ ସେଠାରୁ ଚାଲିଯାଇଥିଲେ। କିଛି ସମୟ ପରେ ସେମାନେ ପୁଣି ଥରେ ଫେରିଥିଲେ ଏବଂ କପିଲ ମିଶ୍ରାଙ୍କ ସମର୍ଥକଙ୍କ ଉପରେ ପଥର ମାଡ଼ ଆରମ୍ଭ କରିଦେଇଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଦିଲ୍ଲୀକୁ ବ୍ୟାପିଯାଇଥିଲା।

ସ୍ପେଶାଲ ବ୍ରାଞ୍ଚର ଅଧିକାରୀ ଜଣକ କହିଥିଲେ ଯେ, ଫେବୃୟାରୀ ୨୩ରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଓରଫ ରାବଣ ବେଙ୍ଗାଲୁରୁରେ ଥିଲେ। ହିଂସା ପଛରେ ତାଙ୍କର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ତେବେ ଭୀମ ଆର୍ମି ଯେଉଁ ଦିନ ବନ୍ଦ ଡାକରା ଦେଇଥିଲା ସେହିଦିନ କ’ଣ ପାଇଁ ହିଂସା ସୃଷ୍ଟି ହେଲା ସେନେଇ ଦିଲ୍ଲୀ ପୁଲିସର ବିଭିନ୍ନ ୟୁନିଟ୍‌ ପକ୍ଷରୁ ତଦନ୍ତ ଚାଲିଛି। ସେହିପରି ହିଂସା ବ୍ୟାପିବାରେ ଭୀମ ଆର୍ମିର କ’ଣ ଏବଂ କେତେଦୂର ଭୂମିକା ରହିଛି ତାହାର ଅଧିକ ତଦନ୍ତ କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories