www.samajalive.in
Saturday, December 13, 2025
18.1 C
Bhubaneswar

ମହାନଦୀ, ଏମଏସପି, ସ୍ୱତନ୍ତ୍ର ପ୍ୟାକେଜ ହେବ ପ୍ରସଙ୍ଗ

ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର  : ସୋମବାରଠାରୁ ଆରମ୍ଭ ହେଉଥିବା ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ଅଧିବେଶନର ଅବ୍ୟବହିତ ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର କ୍ୟାବିନେଟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଜେଡି ସାଂସଦମାନେ ଦାବି ଉପସ୍ଥାପନ କରିବେ। ସେହିପରି ପୋଲାଭରମ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରୟାଲିଟି ବଢ଼ାଇବା ସହ ରାଜ୍ୟ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା ଆଦି ପ୍ରସଙ୍ଗ ଉଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବାରୁ ସେ ଯେଉଁସବୁ କମିଟିରେ ଅଛନ୍ତି ସେସବୁରୁ ତାଙ୍କୁ ବାଦ ଦେବା ପାଇଁ ସାଂସଦମାନେ କହିଥିଲେ। ସଂସଦର ପରାମର୍ଶଦାତା କମିଟି ଓ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ ପାଇଁ ପଦକ୍ଷେପ ନେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି।
ବୈଠକ ଶେଷରେ ସଂସଦୀୟ ଦଳ ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ପ୍ରସଙ୍ଗକୁ ଦେଖି ବିଜେଡି ଅଣ ୟୁପିଏ ଏବଂ ଅଣ ଏନଡିଏ ଦଳର ସହଯୋଗ ନେବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ନେଇ ସଂସଦରେ କେଉଁସବୁ ପ୍ରସଙ୍ଗ ଉଠାଯିବ ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଉପରୋକ୍ତ ପ୍ରସଙ୍ଗ ସମେତ ବିଶାଖାପାଟଣାକୁ ପୂର୍ବତଟ ରେଳବାଇକୁ ଅଲଗା କରାଯିବା ନିଷ୍ପତ୍ତି ନିଆଯାଇଥିବାରୁ ଓଡ଼ିଶାରେ ରେଳପଥର ଗୋଟିଏ ଜୋନ ଏବଂ ତିନିଟି ମୁଖ୍ୟ କାର୍ଯ୍ୟାଳୟ ଖୋଲିବା ନେଇ ସଂସଦରେ ଦାବି କରାଯିବ। ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ର ପାଇଁ ଆବଶ୍ୟକ ବ୍ୟୟ ବରାଦ କରାଯାଇନଥିବା ପ୍ରସଙ୍ଗ ମଧ୍ୟ ଉଠିବ। ରାଜ୍ୟର ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳ ସମେତ ରାଜ୍ୟପାଇଁ ସ୍ୱତନ୍ତ୍ର ପ୍ୟାକେଜ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ଏହାବ୍ୟତୀତ ଯେଉଁ ପ୍ରସଙ୍ଗରେ କେନ୍ଦ୍ର ରାଜ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଛି ସେ ସମସ୍ତ ବିଷୟ ବିଜେଡି ପକ୍ଷରୁ ସଂସଦରେ ଉଠାଯିବ।
ସୂଚନାଯୋଗ୍ୟ ଯେ ଜାନୁଆରୀ ୨୯ତାରିଖରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ବୈଠକ ଫେବଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବସିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories