www.samajalive.in
Saturday, December 6, 2025
17.1 C
Bhubaneswar

୭ ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ୟେସ୍‌ ବ୍ୟାଙ୍କରେ ରହିଛି ୫୪୫ କୋଟି ଜମା

ଭୁବନେଶ୍ଵର: ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ରହିଛି। ତେବେ ଓଡ଼ିଶାରେ ଜଗନ୍ନାଥଙ୍କ ସର୍ବାଧିକ ଜମି ରହିଥିବାବେଳେ ପଶ୍ଚିମବଙ୍ଗରେ ୨ୟ ସର୍ବାଧିକ ଜମି ଅଛି। ମଙ୍ଗଳବାର ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନା ଏକ ଲିଖିତ ଉତ୍ତରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମୋଟ ୬୦ ହଜାର ୪୨୬ ଏକର ଜମି ରହିଥିବା ଚିହ୍ନଟ ହୋଇଛି। ସେଥିରୁ ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ଜବରଦଖଲରେ ଅଛି। ୩୪ ହଜାର ୮୦୩ ଏକର ଜମିର ସ୍ବତ୍ତ୍ଵଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି। ଜବରଦଖଲରେ ରହିଥିବା ଜମିଗୁଡ଼ିକୁ ମୁକ୍ତ କରିବା  ଲାଗି ବେଆଇନ ଅବରୋଧ ମାମଲା ଚାଲିଛି। ଏସବୁ ଜମି ମଧ୍ୟରୁ ରାଜ୍ୟ ବାହାରେ ଶ୍ରୀଜଗନ୍ନାଥଙ୍କର ମୋଟ ୩୯୫.୨୫୨ ଏକର ଜମି ରହିଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ଜଗନ୍ନାଥଙ୍କର ମୋଟ ୩୨୨ ଏକର ୯୩୦ ଡେସିମିଲ ଜମି ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ମହାରାଷ୍ଟ୍ରରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୧୫. ୧୧୦ ଏକର, ବିହାରରେ ୦.୨୭୪ ଏକର, ଛତିଶଗଡ଼ରେ ୧.୭୦୦ ଏକର ଜମି ରହିଛି।

- Advertisement -

ସେହିପରି ଶ୍ରୀଜଗନ୍ନାଥଙ୍କ ମୋଟ ସମ୍ପତ୍ତିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା ବୋଲି ଜଣାପଡ଼ିଛି। ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କର ୫୪୫ କୋଟି ଟଙ୍କା ଜମା ରହିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍‌ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ରହିଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଏବଂ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ଥିଲା। ଇତିମଧ୍ୟରେ ୪୭ କୋଟି ଟଙ୍କାର ଫ୍ଲେକ୍ସି ଜମା ବ୍ୟାଙ୍କରୁ ପ୍ରତ୍ୟାହାର କରିନିଆଯାଇଛି। ଆଗାମୀ ମାର୍ଚ୍ଚରେ ୫୪୫ କୋଟି ଟଙ୍କା ଉକ୍ତ ଘରୋଇ ବ୍ୟାଙ୍କରୁ ଉଠାଯାଇ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀଙ୍କଠାରୁ ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories