www.samajalive.in
Wednesday, December 10, 2025
16.1 C
Bhubaneswar

ଜିଲା ସଭାପତି ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ବର : ବିଜୁ ଜନତା ଦଳ ଶୁକ୍ରବାର ନୂଆ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ୩୩ଟି ସାଙ୍ଗଠନିକ ଜିଲା ପାଇଁ ଘୋଷଣା ହୋଇଥିବା ଜିଲା ସଭାପତି ତାଲିକାରେ ୧୯ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୧୪ ଜଣ ପୁରୁଣା ସଦସ୍ୟଙ୍କୁ ସ୍ଥାନ ମିଳିଛି।

ଘୋଷଣା ହୋଇଥିବା ତାଲିକାରେ ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା ପାଇଁ ସାରଦା ପ୍ରସାଦ ନାୟକ ଏବଂ ସମ୍ବଲପୁର ପାଇଁ ସିର୍ଦ୍ଧାଥ ଦାସଙ୍କ ନାଁକୁ ଘୋଷଣା କରାଯାଇଛି।

- Advertisement -

ସେହିପରି ବଲାଙ୍ଗିର ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱର ପାଇଁ ରବୀନ୍ଦ୍ର କୁମାର ଜେନା, ବରଗଡ଼ ପାଇଁ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ପାଇଁ ମହିଧର ରଣା, ଦେବଗଡ଼ ପାଇଁ ରୋମାଞ୍ଚ ରଂଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂଦେଓ, କେନ୍ଦ୍ରାପଡ଼ା ପାଇଁ ଉତ୍କଳ କେଶରୀ ପରିଡ଼ା ଏବଂ କନ୍ଧମାଳ ପାଇଁ ସରୋଜ କୁମାରଙ୍କ କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହାଛଡ଼ା କେନ୍ଦୁଝର ପାଇଁ ମାଧବ ସର୍ଦ୍ଦାର, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି ପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁର ପାଇଁ ରମେଶ ଚନ୍ଦ୍ର ମାଝୀ, ନୟାଗଡ ପାଇଁ ରମେଶ ବେହେରା, ନୂଆପଡ଼ା ପାଇଁ ମନୋଜ ମିଶ୍ର, ରାୟଗଡ଼ା ପାଇଁ ସୁଧୀର ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କମ୍ପ ଏବଂ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋ ଜିଲା ସଭାପତି ଭାବେ ଦାୟିତ୍ବ ନେଇଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories