www.samajalive.in
Saturday, December 13, 2025
21.1 C
Bhubaneswar

ଟ୍ରମ୍ପଙ୍କ ‘ରୋଡ୍ ସୋ’ ରେ ସାମିଲ ହେବାକୁ ହେଲେ ଦେଖାଇବାକୁ ପଡିବ ଆଧାରକାର୍ଡ

ଗୁଜୁରାତ: ୨୪ ଫେବୃଆରୀରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ସେପ୍ଟେମ୍ବରରେ ହଷ୍ଟନରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆୟାଜିତ ‘ହାୱଡି ମୋଦୀ’ ପରି ଫେବୃଆରୀ ୨୪ରୁ ଅହମ୍ମଦାବାଦ ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମ ଆୟୋଜନ ହେବ। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସଜେଇ ହୋଇ ଗଲାଣି ଅହମ୍ମଦାବାଦ। ‘ ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମ ପୂର୍ବରୁ ଅହମ୍ମଦାବାଦ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ‘ରୋଡ୍ ସୋ’ରେ ସାମିଲ ହେବେ। ଏହି ‘ରୋଡ୍ ସୋ’ରେ ସାମିଲ ହେବାକୁ ହେଲେ ଆଧାର କାର୍ଡ ଦେଖାଇବାକୁ ପଡିବ। ଏନେଇ ଅହମ୍ମଦାବାଦ ପୁଲିସ କମିଶନରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ମିଳିଥିବା ସୂଚନାଅନୁସାରେ ସୋମବାର ଅହମ୍ମଦାବାଦ ପୁଲିସ କମିଶନର ଆଶିଷ ଭାଟିଆ ନିର୍ଦେଶ ଦେଇ କହିଛନ୍ତି ଯେଉଁମାନେ ମୋଦୀ ଏବଂ ଟ୍ରମ୍ପଙ୍କ ‘ରୋଡ୍ ସୋ’ ରେ ଛିଡାହୋଇ ଦେଖିବାକୁ ଚାହୁଁଛନ୍ତି ସେମାନେ ସେମାନଙ୍କର ଆଧାର କାର୍ଡର ଏକ ନକଲ ଏବଂ ମୋବାଇଲ ନମ୍ବର ପୁଲିସ ଅଫିସରେ ଦାଖଲ କରିବାକୁ ପଡିବ। ଏହାପରେ ପୁଲିସ ସେମାନଙ୍କୁ ଏକ ଆଇକାର୍ଡ ପ୍ରଦାନ କରିବ। ଯାହାକୁ ପାଖରେ ରଖି ଲୋକ ‘ରୋଡ୍ ସୋ’ ରେ ଛିଡାହୋଇ ଦେଖିପାରିବେ। ପୁଲିସ କମିଶନରଙ୍କ କଡା ନିର୍ଦେଶ ବିନା ଆଇକାର୍ଡରେ କୌଣସି ଲୋକ ‘ରୋଡ୍ ସୋ’ ରେ ସାମିଲ ହୋଇ ପାରିବେ ନାହିଁ।

Hot this week

ପୁଲିସ୍‌ ଏସ୍‌ଆଇ ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories