www.samajalive.in
Thursday, December 11, 2025
14.1 C
Bhubaneswar

ହଜ୍‍ ଯାତ୍ରା ପ୍ରକ୍ରିୟା ଶତକଡ଼ା ଶତ ପ୍ରତିଶତ ଡିଜିଟାଲ୍‍ : ଭାରତ ବିଶ୍ୱର ପ୍ରଥମ ଦେଶ

ନୂଆଦିଲ୍ଲୀ : ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍‍ବୀ କହିଛନ୍ତି, ଭାରତରେ ହଜ୍‍ ଯାତ୍ରା ପ୍ରକ୍ରିୟା ଶତକଡ଼ା ଶତ ପ୍ରତିଶତ ଡିଜିଟାଲ୍‍ ଉପାୟରେ ହେଉଥିବାରୁ ଭାରତୀୟ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କର ସହଜରେ ହଜ୍‍ ଯାତ୍ରା କରିବାର ସ୍ୱପ୍ନ ସାକାର ହୋଇଛି। ସେ କହିଛନ୍ତି, ଚଳିତ ବର୍ଷ ସମଗ୍ର ହଜ୍‍ ପ୍ରକ୍ରିୟା ଡିଜିଟାଲ୍‍ ଉପାୟରେ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇ ପାରିଛି। ୨୦୨୦ ହଜ୍‍ ପାଇଁ ଏକ ତାଲିମ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ମୋଦୀ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ମୂଳକ ପଦକ୍ଷେପଗୁଡ଼ିକ ଯୋଗୁଁ ମୋଟାମୋଟି ହଜ୍‍ ପ୍ରକ୍ରିୟା ଡିଜିଟାଲ୍‍ ଉପାୟରେ ସ୍ୱଚ୍ଛତାର ସହ କରାଯାଇ ପାରିଛି।

ସେ କହିଛନ୍ତି, ଅନ୍‍ଲାଇନ୍‍ ଆବେଦନ, ଇ-ଭିସା, ହଜ୍‍ ମୋବାଇଲ୍‍ ଆପ୍‍ ଓ ମସିହା ସ୍ୱାସ୍ଥ୍ୟ ସୁବିଧା ଭଳି ଡିଜିଟାଲ୍‍ ସେବାମାନ ଯୋଗାଇ ଦିଆଯାଇଛି। ଏଥିଯୋଗୁଁ ହଜ୍‍ ଯାତ୍ରା କରୁଥିବା ଭାରତୀୟ ମୁସଲମାନ ଲୋକମାନଙ୍କର ମକ୍କା ମଦିନାରେ ରହଣି ଓ ଯାତ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ସେମାନଙ୍କୁ ସହଜରେ ଉପଲବ୍ଧ ହୋଇପାରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories