www.samajalive.in
Saturday, December 6, 2025
15.1 C
Bhubaneswar

ତୁର୍କୀକୁ ଭାରତର ଚେତାବନୀ; ଆମ ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଅନି

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ପରେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କାଶ୍ମୀର ଆମର ଆଭ୍ୟନ୍ତରୀଣ ମାମଲା। ଏଥିରେ ମୁଣ୍ଡ ନ ପୁରାଇବାକୁ ଭାରତ ତୁର୍କୀକୁ କଡ଼ା ଚେତାବନୀ ଦେଇଛି।

ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡାଗନ ପାକିସ୍ତାନ ଗସ୍ତରେ ଆସିଥିବାବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। କାଶ୍ମୀର ପ୍ରସଙ୍ଗରେ ସେ ହସ୍ତକ୍ଷେପ କରି କହିଥିଲେ, ଏହା ପାକିସ୍ତାନ ପାଇଁ ଯେତିକି ଗୁରୁତ୍ଵ ବହନ କରୁଛି, ତୁର୍କୀ ପାଇଁ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ। ତୁର୍କୀ ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ତୁର୍କୀ ନେତାମାନେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ ନ କରନ୍ତୁ। ତୁର୍କୀ ରାଷ୍ଟ୍ରପତି ଏବଂ ତୁର୍କୀ-ପାକିସ୍ତାନ ମିଳିତ ଘୋଷଣା ଦ୍ବାରା ଜାମ୍ମୁ-କାଶ୍ମୀରକୁ ନେଇ ଦିଆଯାଇଥିବା ସମସ୍ତ ସନ୍ଦର୍ଭକୁ ଭାରତ ଖାରଜ କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଆମେ ତୁର୍କୀ ନେତୃତ୍ଵଙ୍କୁ ଅନୁରୋଧ କରୁଛୁ ସେ ଭାରତ ପାଇଁ ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦର ବିପଦ ସହିତ ସମସ୍ତ ତଥ୍ୟକୁ ଠିକ୍‌ ଭାବେ ବୁଝନ୍ତୁ। ଏହା ସହିତ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories