ତ୍ୱଚାର ସୁନ୍ଦରତା ସହ ହାତର ସୁନ୍ଦରତା ମଧ୍ୟ ଖୁବ ଆବଶ୍ୟକ। ହାତର ସୁନ୍ଦରତା ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ସହ ନଖ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ନଖରେ ବିଭିନ୍ନ ସୁନ୍ଦର ସୁନ୍ଦର ନେଲ୍ ଆର୍ଟ ମଧ୍ୟ କରାଯାଏ। ମାତ୍ର ବହୁ ସମୟରେ ଏଭଳି ଦେଖାଯାଇଛି ଯେ, ବହୁ ଯୁବତୀଙ୍କ ନଖ ଅପେକ୍ଷାକୃତ ଦୁର୍ବଳ। ଯାହା ଫଳରେ ଏହା ସହଜରେ ଭାଙ୍ଗି ଯାଏ। ଏହି ସମସ୍ୟାକୁ ମୁକ୍ତି ପାଇବା ପାଇଁ ତଥା ନଖ ଶକ୍ତ ଓ ସୁନ୍ଦର କରିବା ପାଇଁ ରସୁଣର ବ୍ୟବହାର କରିପାରିବେ। ରସୁଣ ଦୁର୍ବଳ , ସହଜରେ ଭାଙ୍ଗିଯାଉଥିବା ନଖ ପାଇଁ ଖୁବ ହିତକାରକ। ଜାଣନ୍ତୁ ନଖ ପାଇଁ କିଛି ସହଜ ଉପାୟରେ କିଭଳି ରସୁଣର ବ୍ୟବହାର କରିବେ…….
ରସୁଣରେ ଆଣ୍ଟି-ସେଫଟିକ ଗୁଣ ରହିଛି। ଯାହାର ନଖର ବହୁ ସମସ୍ୟାକୁ ଦୂର କରିଥାଏ।
ରସୁଣର ପାଣି –
୨ ରୁ ୪ଟି ରସୁଣର ଚୋପା ଛଡ଼ାଇ, ଏହାକୁ ଏକ ପାତ୍ରରେ ପାଣି ନେଇ ବତୁରାଇ ରଖି ଦିଅନ୍ତୁ। ଏହାପରେ ରସୁଣକୁ କାଢି ଏହାର ପାଣିରେ ହାତକୁ ବୁଡ଼ାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ସାଧାରଣ ପାଣିରେ ହାତ ଧୋଇ ଦିଅନ୍ତୁ।
ରସୁଣ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ –
୪ ରୁ ୫ଟି ରସୁଣ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅଳ୍ପ ନେଲପୋଲିସ ଥିବା ବୋତଲରେ ଭଲ ଭାବେ ମିଶାଇ ରଖନ୍ତୁ। ନେଲପୋଲିସ ଲଗାଇବା ଭଳି ଏହାକୁ ଲଗାଇ ୧ ରୁ ୨ ଘଣ୍ଟା ରଖି ଉଷୁମ ପାଣିରେ ହାତ ଧୋଇବା ସହ ସେହି ନେଲପୋଲିସକୁ ମଧ୍ୟ ଛଡ଼ାଇ ଦିଅନ୍ତୁ।
ରସୁଣ ଓ ଅଭିଲ ଅଏଲ –
୨ ରୁ ୩ଟି ରସୁଣକୁ ପେଷ୍ଟ କରି ଅଲିଭ ଅଏଲରେ ମିଶାଇ ନଖରେ ଲଗାନ୍ତୁ। ଏକ ଘଣ୍ଟା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ନଖ ପାଇଁ ବେଶ ଲାଭଦାୟକ।
ସୁନ୍ଦର ନଖ ପାଇଁ ରସୁଣର ଏଭଳି ବ୍ୟବହାର ଜାଣିଛନ୍ତି କି ?
Popular Categories



