ଆରଡି: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ପରିସରରେ ସପ୍ତଦିନ ବ୍ୟାପି ମହାରୁଦ୍ର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଣିବାବଙ୍କ ମନ୍ଦିରର ନଥିକାନ୍ତି ଅନୁଯାୟୀ ଦୈନଦିନ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ରୁଦ୍ରାଭିଷେକ, ପଞ୍ଚଉପଚାର ପୂଜା, ରୁଦ୍ରପୂଜା ଆଦି ସମ୍ପନ୍ନ ହେବା ପରେ ଅପରାହ୍ଣରେ ମଣିବାବାଙ୍କୁ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ଆଭୂଷିତ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହ ଯଜ୍ଞମଣ୍ଡପରେ ମହାରୁଦ୍ରଙ୍କ ସହ ଅନ୍ୟାନ ଦେବାଦେବୀଙ୍କୁ ଆହୁତ ପ୍ରଦାନ କରାଯାଇଥିଲା। ତାହାସହ ପ୍ରତିଦିନ ଚଣ୍ଡିପାଠ, ଶିବାଷ୍ଟକ ପଠନ କରାଯିବା ସହିତ ଭଜନକିର୍ତ୍ତନ ଅନୁଷ୍ଠିତ ହୋଇଥିଲା।
Popular Categories



