www.samajalive.in
Saturday, December 13, 2025
23.1 C
Bhubaneswar

ଏନ୍‌ଡିଏରେ ମିଶିବା ପାଇଁ ବିଜେଡିକୁ ବିଜେପିର ପ୍ରସ୍ତାବ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନାଗରିକ ସଂଶୋଧନ ଆଇନ(ସିଏଏ) କେବଳ ଧାର୍ମିକ ଉତ୍ପୀଡନଙ୍କୁ ନାଗରିକତା ଓ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ; ହେଲେ ବିରୋଧୀ କଂଗ୍ରେସ ଏହାକୁ ନେଇ ଦେଶରେ ବିଭ୍ରାନ୍ତ ସୃଷ୍ଟି କରୁଛି। ରାହୁଳ ଗାନ୍ଧୀଙ୍କ ଓଲଟପାଲଟ କଥା କେବଳ ଯେ ଦେଶକୁ ବିଶ୍ବରେ ନିନ୍ଦିତ କରୁଛି ତାହା ନୁହେଁ; ଦେଶରେ ହିଂସା ସୃ​‌ଷ୍ଟି କରିବା ସହିତ କଂଗ୍ରେସକୁ ମଧ୍ୟ ଦୁର୍ବଳ କରୁଛି ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି। ଶନିବାର ରାଜ୍ୟ ଅତିଥିଭବନରେ ସିଏଏକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠାୱାଲେ କହିଛନ୍ତି ଯେ ଓଡ଼ିଶାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ସିଏଏ ଆଇନକୁ ଭଲ ଭାବେ ବୁଝି ସାରିଲେଣି। ଆସାମକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ସିଏଏକୁ ପୂର୍ଣ୍ଣ ସମର୍ଥନ ମିଳୁଛି। କୌଣସି ଧର୍ମର ନାଗରିକତାକୁ ଛିଣ୍ଡାଇବାପାଇଁ ସିଏଏ ଅଣାଯାଇନାହିଁ ବରଂ ମୁସଲମାନଙ୍କ ସ୍ବାର୍ଥରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସବକ୍ା ସାଥ୍ ଓ ସବକା ବିକାଶରେ ବିଶ୍ବାସ କରେ ବୋଲି ଶ୍ରୀ ଅଠାୱାଲେ କହିଛନ୍ତି।
ସେ କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଭଲ ଶାସକ। ତାଙ୍କର ଉତ୍ତମ ଶାସନ ଯୋଗୁଁ ୫ଥର ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେଣି। ସେ ମୁଖ୍ୟମନ୍ତ୍ରୀ ହେବାରେ ସାରା ଦେଶରେ ରେକର୍ଡ ସୃଷ୍ଟି କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ ସଂସଦରେ ପାରିତ ବେଳେ ବିଜେଡ଼ିର ଯଥେଷ୍ଟ ଭୂମିକା ରହିଛି। ତିନି ତଲାକଠାରୁ ଆରମ୍ଭ କରି ସିଏଏ ପର୍ଯ୍ୟନ୍ତ ବିଭିନ୍ନ ଆଇନରେ ତାଙ୍କର ସହଯୋଗ ଭାରତବର୍ଷକୁ ଏକ ନୂଆ ଦିଗରେ ଅଗ୍ରଗତି କରିବାରେ ସହାୟକ ହେଉଛି। ଯଦି ବିଜେଡ଼ି ଏନଡିଏରେ ସମ୍ପୂର୍ଣ୍ଣ ମିଶିବ ତେବେ ଦଳ ଅଧିକ ଶକ୍ତିଶାଳୀ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଭେଟିବାପାଇଁ ଯୋଗାଯୋଗ କରିଥିଲି। ହେଲେ ସେ ବ୍ୟସ୍ତ ଥିବାରୁ ଦେଖା ହୋଇପାରିଲା ନାହିଁ। ହେଲେ ଏନଡିଏରେ ମିଶିବାପାଇଁ ଆମର ପ୍ରୟାସ ଜାରି ରହିବ ବୋଲି ଅଠାୱାଲେ କହିଛନ୍ତି।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୧ ଜନଗଣନା ବେଳେ ଯେଉଁ ପଛୁଆବର୍ଗ ଓ ଏସଇବିସି ବର୍ଗଙ୍କ ପାଇଁ ସ୍ବତନ୍ତ୍ର ଜନଗଣନା କରିବାକୁ ବାହାରିଛନ୍ତି ତାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ରକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଗ୍ରହଣ କରାଯିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବି ବୋଲି ଶ୍ରୀ ଅଠାୱାଲେ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ଜାତିଭିତ୍ତିକ ଜନଗଣନା ହେଲେ ସବୁ ବର୍ଗର ଲୋକେ ଉପକୃତ ହୋଇପାରିବେ।
ଏହି ଅବସରରେ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ବଳା ଯୋଜନାରେ ଦେଶ ଓ ରାଜ୍ୟରେ କେତେ ହିତାଧିକାରୀ ଉପକୃତ ହୋଇଛନ୍ତି ସେନେଇ ଶ୍ରୀ ଅଠାୱାଲେ ତଥ୍ୟ ରଖିଥିଲେ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories