www.samajalive.in
Friday, December 12, 2025
14.1 C
Bhubaneswar

୮୪ ବର୍ଷ ସଫଳ ଦାମ୍ପତ୍ୟର ସୁନ୍ଦର କାହାଣୀ

କୋଟ୍ଟାୟମ୍: ଦାମ୍ପତ୍ୟ ଜୀବନରେ କଳହ ହେବା ସ୍ବାଭାବିକ, କିନ୍ତୁ ପରସ୍ପରର ବୁଝାମଣାରେ ପୁନର୍ବାର ଘନିଷ୍ଠତା ବଢ଼ିଥାଏ। ଏହି କଥା କହିଛନ୍ତି ୧୦୨ ବର୍ଷୀୟ କେରଳର କୋଟ୍ଟାୟମ୍ ନିବାସୀ ମାଧବନ୍ ନାୟାର୍। ତାଙ୍କ ପତ୍ନୀ ୧୦୧ ବର୍ଷୀୟା ମୀନାକ୍ଷୀ ଆମ୍ମାଙ୍କ ସହ ସେ ଇତିମଧ୍ୟରେ ୮୪ ବର୍ଷ ସଫଳ ଦାମ୍ପତ୍ୟ ଜୀବନ ଅତିବାହିତ କରିସାରିଲେଣି। ସମଗ୍ର କେରଳରେ ଏଇ ବୟୋଜ୍ୟେଷ୍ଠ ଦମ୍ପତିଙ୍କୁ କିଏ ବା ନଜାଣେ? ବିଦେଶୀ ପର୍ଯ୍ୟଟକ ମଧ୍ୟ ଏମାନଙ୍କୁ ଭେଟିବାକୁ ଆସନ୍ତି। ପାଖାପାଖି ୧୦ ବର୍ଷ ତଳେ ସ୍ବିଡେନ୍‌ରୁ ଆସିଥିବା ଜନୈକ ପର୍ଯ୍ୟଟକ ମାଧବନ୍‌ଙ୍କୁ ପଚାରିଥିଲେ, ଆପଣଙ୍କ ସଫଳ ଦାମ୍ପତ୍ୟ ଜୀବନ ଅତିବାହିତର ମୁଖ୍ୟ ସୂତ୍ର କ’ଣ? ମାଧବନ୍ କହିଥିଲେ, ଗୋଟିଏ ସମୟରେ ସେ ପତ୍ନୀଙ୍କ ସହ କିଛି ଭୁଲ୍ କରିଥିଲେ।

- Advertisement -

ପରେ କିନ୍ତୁ ସେଇ ଭୁଲ୍‌କୁ ହୃଦୟଙ୍ଗମ କରି ଏହାର ପ୍ରାୟଶ୍ଚିତ କରିବା ନିମନ୍ତେ ସମସ୍ତ ଚେଷ୍ଟା କରିଥିଲେ। ପତ୍ନୀ ମୀନାକ୍ଷୀ ମଧ୍ୟ ସ୍ବାମୀଙ୍କର ସେଇ ଭୁଲ୍‌କୁ ସମୟକ୍ରମେ ଭୁଲିଯାଇଥିଲେ। ଏହା ପରଠାରୁ ସେମାନଙ୍କ ମଧ୍ୟରେ ଆଉ ଯୁକ୍ତିତର୍କ କିମ୍ବା ଅଶାନ୍ତି ଉପୁଜିନଥିଲା। ୫ଜଣ ସନ୍ତାନଙ୍କର ପିତାମାତା ଏଇ ଦମ୍ପତି ୧୯୩୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହା ମଧ୍ୟରେ ୮୪ ବର୍ଷ ଅତିବାହିତ ହୋଇଗଲାଣି, ମୀନାକ୍ଷୀ କହିଛନ୍ତି ଆଗାମୀ ୧୦୦ ବର୍ଷ ମଧ୍ୟ ସେ ସ୍ବାମୀଙ୍କ ସହ ବିନା କୌଣସି ସର୍ତ୍ତରେ ରହିବାକୁ ଚାହୁଁଛନ୍ତି। ପିଲାଦିନେ ଦୁହେଁ ଗୋଟିଏ ବିଦ୍ୟାଳୟରେ ପାଠ ପଢ଼ୁଥିଲେ, ପରସ୍ପରକୁ ଜାଣିଥିଲେ କିନ୍ତୁ କେହି କାହା ସହ ବାର୍ତ୍ତାଳାପ କରିନଥିଲେ।

ପରବର୍ତ୍ତୀ ସମୟରେ ସେମାନଙ୍କ ପରିବାରଲୋକଙ୍କ ବନ୍ଧୁତା କାରଣରୁ ମାଧବନ୍ ଓ ମୀନାକ୍ଷୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ମାଧବନ୍‌ କହିଛନ୍ତି, ପତ୍ନୀ ପ୍ରତ୍ୟେକ ପରିସ୍ଥିତିରେ ତାଙ୍କୁ ସମର୍ଥନ କରିଛନ୍ତି। ସଫଳ ଓ ସୁଖୀ ଦାମ୍ପତ୍ୟ ଏତେ ସହଜର କଥା ନୁହେଁ, ଦୁଇ ସାଥି ନ ଚାହିଁଲେ ଏହା ସମ୍ଭବପର ନୁହେଁ। ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ତୃତୀୟ ବ୍ୟକ୍ତିର ପରାମର୍ଶ ଗ୍ରହଣ କରିବା ପୂର୍ବରୁ ବାରମ୍ବାର ଭାବିବା ଉଚିତ ବୋଲି ଏଇ ବୟୋଜ୍ୟେଷ୍ଠ ଦମ୍ପତି ଯୁବ ଦମ୍ପତିଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories