ଅକଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅକଲାଣ୍ଡର ଇଡେନ ପାର୍କରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି। ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ୪୦ ଓଭରର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରିଛି। ସର୍ଦୁଲ ଠାକୁର ଓ ଚହଲ ୨ଟି ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି। ମାର୍ଟିନ ଗୁପତିଲ (୭୯), ଟମ ବ୍ଲଣ୍ଡେଲ (୨୨), ହେନେରୀ ନିକୋଲ୍ସ (୪୧), ଟମ ଲାଥମ ( ୭୦), ଜିମ୍ମୀ ନୀଶମ ( ୩), କଲିନ ଡି ଗ୍ରାଣ୍ଡ ହୋମ ( ୫) ଓ ମାର୍କ ଚାପମ୍ୟାନ ( ୧ ) ରନ କରି ଆଉଟ ହୋଇଥିବାବେଳେ ରସ ଟେଲର ଓ ଟିମ ସାଉଦିଙ୍କ ବ୍ୟାଟିଂ ଜାରି ରହିଛି।



