www.samajalive.in
Friday, December 12, 2025
14.1 C
Bhubaneswar

ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ

ଭୁବନେଶ୍ବର : ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣ ଶନିବାର ଆରମ୍ଭ ହେବ। ଏଥିରେ କଳିଙ୍ଗ ସାହିତ୍ୟ ସମ୍ମାନ -୨୦୨୦ ପାଇବେ ବିଶିଷ୍ଟ କଥାକାର ପଦ୍ମବିଭୂଷଣ ପ୍ରଫେସର ମନୋଜ ଦାସ ।
ଏହି ଅବସରରେ ଶ୍ରୀ ଦାସ ‘ଦିବ୍ୟ ଆନନ୍ଦ: ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ’ ଶୀର୍ଷକରେ ମୁଖ୍ୟ ସମ୍ଭାଷଣ ପ୍ରଦାନ କରିବେ। ଏହି ପୁରସ୍କାର ଘୋଷଣା କରି ଅଲୌକିକ କଳିଙ୍ଗ ମହୋତ୍ସବ ପ୍ରତିଷ୍ଠାତା ତଥା ନିର୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି ଯେ, ପଦ୍ମ ପୁରସ୍କାରପ୍ରାପ୍ତ ଶ୍ରୀ ଦାସଙ୍କ ସମ୍ଭାଷଣ ଚଳିତ ଅଲୌକିକ କଳିଙ୍ଗ ମହୋତ୍ସବରେ ଶୁଣିବା ସମସ୍ତ ପୁସ୍ତକ ତଥା କଳାପ୍ରେମୀଙ୍କ ପାଇଁ ଏକ ଅପୂର୍ବ ସୁଯୋଗ। ଏହା ସହିତ ଜୟଦେବ, ତୁକାରାମ, ତୁଳସୀ ଦାସ ଆଦି ମହାନ ସ୍ରଷ୍ଟାଙ୍କ ରଚନା ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଯେଉଁ ବ୍ୟକ୍ତିମାନେ କେନ୍ଦେରା, ଧୁଡୁକି, ଖଞ୍ଜଣି ଆଦି ବଜାଇ ପାରୁଥିବେ ସେମାନଙ୍କୁ ଚଳିତ ମହୋତ୍ସବରେ ଭାଗ ନେବା ପାଇଁ ସୁଯୋଗ ଦିଆଯାଉଛି । ଓଡ଼ିଆ ଡାଏରୀ ଫାଉଣ୍ଡେସନ ଓ ଓଡ଼ିଶା ଡାଏରୀ ମିଡିଆର ମିଳିତ ଉଦ୍ୟମରେ ଏହି ମହୋତ୍ସବ ପାଳିତ ହେଉଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories