www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟବସାୟୀଙ୍କ ଏଜେଣ୍ଟଠାରୁ ଲୁଟ୍ ଘଟଣା; ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ବ୍ୟବସାୟୀଙ୍କ ଏଜେଣ୍ଟ ଠାରୁ ଲୁଟ୍ ହୋଇଥିବା ଘଟଣାରେ ଗୁରୁବାର ୫ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୬, ୭୭,୦୦୦ ଟଙ୍କା, ୪୭,୦୦୦ ଟଙ୍କା ମୂଲ୍ୟର ସୁନା ଅଳଙ୍କାର, ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ସୂଚନା ମିଳିଛି। ଆଉ ୨ ଅଭିଯୁକ୍ତ ଏଯାବତ୍ ଫେରାର୍ ଅଛନ୍ତି।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ କୋଲକାତା ବ୍ୟବସାୟୀ ଅଶୋକ ବୁନ୍ଦ୍ରାଙ୍କର ଜଣେ ଏଜେଣ୍ଟଙ୍କଠାରୁ ସୁନା ଓ ଟଙ୍କା ଲୁଟ୍ ହୋଇଥିଲା। ଏହାପରେ ଅଶୋକଙ୍କ ଅଭିଯୋଗକ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରଠାରୁ ଫେରାର୍ ଥିବା ଏହି ଅଭିଯୁକ୍ତମାନଙ୍କୁ ଧରିବାରେ ଆଜି ପୁଲିସ ସଫଳ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories