www.samajalive.in
Saturday, December 6, 2025
14.1 C
Bhubaneswar

ସ୍କୁଲ ନାଟକ ଭିଡିଓ ଦେଖି ସହିଦ୍ ଭଗତ ସିଂହଙ୍କ ଫାଶୀ ଦୃଶ୍ୟର କରୁଥିଲା ନକଲ, ଚାଲିଗଲା ଜୀବନ

ମନ୍ଦସୌର: ଫାଶୀ ଶବ୍ଦଟି ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ନିର୍ଭୟା ଦୋଷୀଙ୍କୁ କେବେ ଫାଶୀ ମିଳିବ ତାହାକୁ ନେଇ ଦେଶବାସୀ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଏଭଳି ସମୟରେ ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସହିଦ୍ ଭଗତ ସିଂହଙ୍କ ଫାଶୀ ଦୃଶ୍ୟ ଦେଖି ଜଣେ ୧୨ ବର୍ଷିୟ ଛାତ୍ର ଅଭ୍ୟାସ କରୁଥିବା ବେଳେ ଅକାଳରେ ଜୀବନ ଚାଲିଯାଇଛି। ଏହି ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି।

ମଧ୍ୟପ୍ରଦେଶର ମନ୍ଦସୌରସ୍ଥିତ ଏକ ଘରୋଇ ସ୍କୁଲରେ ବାର୍ଷିକୋତ୍ସବ ପାଇଁ ସହିଦ୍ ଭଗତ ସିଂହଙ୍କ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକର ଜଣେ ଛାତ୍ର ପ୍ରିୟାଂଶୁ ସହିଦ୍ ଭଗତ ସିଂହଙ୍କ ଫାଶୀ ସମୟର ଦୃଶ୍ୟ ଦେଖି ଅଭ୍ୟାସ କରୁଥିଲା। ଏହି ସମୟରେ ଦୁର୍ଘଟଣାବଶତଃ ପ୍ରିୟାଂଶୁ ଗଳାରେ ଫାଶୀ ଦଉଡି ଅଟକି ରହିଯାଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରିୟାଂଶୁର ମୃତ୍ୟୁ ହୋଇଥିଲା।

- Advertisement -

ମୃତ ପ୍ରିୟାଂଶୁଙ୍କ ବାପା କହିଛନ୍ତି, ଫେବୃଆରୀ ୧ରେ ସ୍କୁଲରେ ହୋଇଥିବା ନାଟକରେ ଶିକ୍ଷକମାନେ ପ୍ରିୟାଂଶୁକୁ ଡାକି ସାମିଲ କରିଥିଲେ। ଏହାର ପର ଦିନ ଅର୍ଥାତ୍ ଫେବୃଆରୀ ୨ ଦ୍ବିପ୍ରହରରେ ସ୍କୁଲ ନିକଟରେ ଥିବା ଖେତରେ ନାଟକର ଭିଡିଓ ଦେଖୁଥିଲା। ଏହି ସମୟରେ ଭଗତ ସିଂହଙ୍କ ଫାଶୀ ଦୃଶ୍ୟ ଦେଖି ପ୍ରିୟାଂଶୁ ଫାଶୀ ଖୁଣ୍ଟରେ ଝୁଲିପଡିଥିଲା। ଯଦି ସ୍କୁଲ କର୍ତ୍ତୃପକ୍ଷ ନାଟକରେ ଭାଗ ନେଉଥିବା ପିଲାମାନଙ୍କୁ ସତର୍କ କରାଇଥାନ୍ତେ, ତେବେ ଆଜି ପ୍ରିୟାଂଶୁ ଜୀବିତ ଥାନ୍ତା।

ଅନ୍ୟ ପକ୍ଷରେ ସ୍କୁଲ କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଛଡାଇ କହିଛନ୍ତି ଯେ, ପ୍ରିୟାଂଶୁକୁ ଭଗତ୍ ସିଂହ ଭୂମିକା ଦିଆଯାଇନଥିଲା। ନାଟକରେ ତାକୁ ଏକ ଇଂରେଜ ସରକାରଙ୍କ କର୍ମଚାରୀ ଭୂମିକା ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories