ମଙ୍ଗଳବାର ରାଶିଫଳ

0

ମେଷ: ଧାର୍ମିକ ଭାବନାରୁ ଶାନ୍ତି ମିଳିବ। ମନରେ ପ୍ରସନ୍ନତା ଦେଖାଦେବ। ସଂପର୍କ ଦୃଢ଼ୀଭୂତ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ସୁଖ ସମ୍ଭୋଗ କରିପାରନ୍ତି। ବନ୍ଧୁମାନଙ୍କ ସହଯୋଗ ମିଳିବ।

ବୃଷ: ଉପଯୁକ୍ତ କର୍ମ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଦିଅଁ ଦର୍ଶନର ସୁଯୋଗ ଅଛି। ଆଦର ଅଭ୍ୟର୍ଥନା ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ଘରକରଣା ଦ୍ରବ୍ୟ କିଣିବେ।

ମିଥୁନ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ସର୍ବତ୍ର ଶୁଭ ଆଶା କରାଯାଏ। ବ୍ୟବସାୟରେ ଆଶା ଜନକ ଫଳପ୍ରାପ୍ତ ହେବେ। କେତେକ ନୂତନ ଦ୍ରବ୍ୟ କିଣିବେ।

କର୍କଟ: ଦେବ ଦର୍ଶନ ପାଇଁ ମନ ବଳାଇ ପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ନିଜ ସ୍ୱାସ୍ଥ୍ୟପ୍ରତି ସଚେତନତା ହେବାକୁ ପଡ଼ିବ। ନିଜ ଲୋକେ ଶତ୍ରୁତା ଆଚରଣ କରିପାରନ୍ତି। ଶ୍ରତୁ ଦମନ କରିବେ।

ସିଂହ: ସେବା ମୂଳକ କାର୍ଯ୍ୟରେ ଆଗ୍ରହୀ ହେବେ। ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ। ବର୍ତ୍ତମାନର ସ୍ଥିତି ଆପଣଙ୍କ ପାଇଁ ଶୁଭଙ୍କର ରହିଛି। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଆଶାଜନକ ଫଳ ପାଇବେ

କନ୍ୟା: ବ୍ୟବସାୟରେ ଲାଭବାନ ହେବେ। ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ସଫଳତା ପାଇବେ। ଶତ୍ରୁ ଦମନ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ରାଜନୀତି କ୍ଷେତ୍ରରେ ସୁଯୋଗ ମିଳିବ। ବନ୍ଧୁ ସହାୟତା ପାଇ ଖୁସି ହେବେ।

ତୁଳା: ନିରବ ଚିନ୍ତନ ଦ୍ୱାରା ସଦ୍‍ବୃଦ୍ଧି ଉଦୟ ହେବ। ଶତ୍ରୁ ବିଜୟୀ ହେବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ବିଖ୍ୟାତ କାର୍ଯ୍ୟ କରି ପ୍ରଶଂସନୀୟ ହେବେ। ଲୋକ ପ୍ରିୟତା ଅର୍ଜନ କରିପାରନ୍ତି। ସନ୍‍ମାର୍ଗୀ ହେବେ।

ବିଛା: ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ ଅହରହ ଉଦ୍ୟମ ଚଳାଇ ପାରନ୍ତି। ବନ୍ଧୁ ସହାୟତା ମିଳିବ। ମନ ଫୂର୍ତ୍ତି ରହିବ। ପ୍ରତିଶ୍ରୁତି ପାଳନ କରିପାରନ୍ତି। ଉପୁଜି ଥିବା ସଙ୍କଟ ଦୂର ହେବ। କୃଷି କର୍ମକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳି ପାରେ।

ଧନୁ: ବିଭାଗୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶା ପୂରଣ ହେବ। ସାଂଗଠନିକ କାର୍ଯ୍ୟ କରି ପ୍ରଶଂସନୀୟ ହେବେ। କିଛି ଗୃହ ଉପକରଣ କ୍ରୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମକର: ମନରେ ଦ୍ୱିଧାଭାବ ଜାତ ହୋଇପାରେ। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ମାନସିକ ସ୍ଥିତି ଠିକ୍‍ ରହିନପାରେ। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ ହେବେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଶାନ୍ତି ଓ ସନ୍ତୋଷ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରେ ନୂତନ ପଦକ୍ଷେପ ନେବେ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ସମସ୍ୟାର ସମ୍ମୁଖୀନ ହେବେ; ମାତ୍ର ସ୍ନେହପୂର୍ଣ୍ଣ ବାକ୍ୟ ବ୍ୟବହାର କରି ସମସ୍ୟାମୁକ୍ତ ହେବେ। କାବ୍ୟକର୍ତ୍ତା ହେବେ।

Leave A Reply