www.samajalive.in
Tuesday, December 9, 2025
19.1 C
Bhubaneswar

ରେଳ ଧାରଣା କଡରୁ ଅଧ୍ୟାପକଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ୩ କିମି ଦୂର ଖୋଡା ସିଂ ରେଳ ଧାରଣା କଡରୁ ଜଣେ ଅଧ୍ୟାପକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) ବୋଲି ଜଣାପଡିଛି। ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ୱୟଂଶାସିତ କଲେଜର ଝାଂସିରାଣୀ ମହିଳା ହଷ୍ଟେଲରେ ଚୌକିଦାର ଭାବେ କାର୍ଯ୍ୟରତ। ଗଣପତି ନିଜ ପରିବାର ସହ ହଷ୍ଟେଲ ପରିସରରେ ରହି ଆସୁଛନ୍ତି। ସୋମବାର ଭୁବନେଶ୍ୱର ରାତି ୯ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ। ହେଲେ ଆଉ ଫେରିନଥିଲେ। ରାତି ସାରା ଫୋନ କଲା ପରେ ମଧ୍ୟ ଉଠାଇ ନଥିଲେ। ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଖବର ପାଇ ରେଳବାଇ ପୁଲିସ ଓ ବୈଦ୍ୟନାଥ ପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନକଟରୁ ଏକାଧିକ ମଦ ବୋତଲ ପଡିଛି। ଅନ୍ୟପଟେ ଭୁବନେଶ୍ୱରଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories