www.samajalive.in
Wednesday, December 10, 2025
23.1 C
Bhubaneswar

ଭଲରେ ଶୋଇବା ପାଇଁ କମ୍ପାନୀ ଦେବ ୧ଲକ୍ଷ ଟଙ୍କା !

ବର୍ତ୍ତମାନ ସମୟରେ ବ୍ୟସ୍ତତାଭରା ଜୀବନଶୈଳୀ ଓ କାମର ଚାପ କାରଣରୁ ହିଁ ମହାନଗରୀରେ ୪୨%ରୁ ଅଧିକ ଲୋକ ନିଦ୍ରାହୀନତା ରୋଗରେ ଆକ୍ରାନ୍ତ ହେଉଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ବେଙ୍ଗାଲୁରୁର ଏକ ଷ୍ଟାର୍ଟ-ଅପ୍ କମ୍ପାନୀ ୯ ଘଣ୍ଟା ଶୋଇବା ନିମନ୍ତେ ୧ଲକ୍ଷ ଟଙ୍କା ଦରମା ଦେଉଛି। ଏହି ଚାକିରି ପାଇଁ ଆପଣଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିବ ନାହିଁ କିମ୍ବା ନିଜ ପୂର୍ବ ଚାକିରିକୁ ମଧ୍ୟ ଛାଡ଼ିବାକୁ ପଡ଼ିବନାହିଁ। କମ୍ପାନୀର ଜନୈକ କର୍ମଚାରୀ କହିଛନ୍ତି, ୧୦୦ ଦିନ ପର୍ଯ୍ୟନ୍ତ ଦୈନିକ ୯ ଘଣ୍ଟା ଶୋଇଲେ ବ୍ୟକ୍ତିଙ୍କୁ ୧ଲକ୍ଷ ଟଙ୍କା ପ୍ରାପ୍ୟ ମିଳିବ। ଏ ଭିତରେ କିନ୍ତୁ ବ୍ୟକ୍ତିଙ୍କର ଶୋଇବା ଶୈଳୀକୁ ଭଲଭାବେ ଅନୁଧ୍ୟାନ କରାଯିବ। କମ୍ପାନୀ ଦ୍ବାରା ବ୍ୟକ୍ତିଙ୍କୁ ମିଳିଥିବା ସ୍ଲିପ୍-ଟ୍ରାକର୍ ଜରିଆରେ ହିଁ ତାଙ୍କ ଶୋଇବାର ଗତିବିଧିକୁ ଭଲଭାବେ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories