www.samajalive.in
Monday, December 8, 2025
24.1 C
Bhubaneswar

ଟୋଲ ପ୍ଲାଜାରେ ଯାଞ୍ଚବେଳେ ଆତଙ୍କବାଦୀ ଆକ୍ରମଣ; ଯବାନଙ୍କ ଗୁଳିରେ ୩ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଟୋଲ ପ୍ଲାଜାରେ ଯାଞ୍ଚ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ସିଆରପିଏଫ ଯବାନଙ୍କ ସହିତ ଆତଙ୍କବାଦୀଙ୍କ ଗୁଳିବିନିମୟ ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳିବିନିମୟ ସମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାଗରୋଟା ଅଞ୍ଚଳରେ ଥିବା ଉକ୍ତ ଟୋଲ ପ୍ଲାଜାରେ ଶୁକ୍ରଭାର ଭୋର ସମୟରେ ଯବାନଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବାବେଳେ ଏହି ଘଟଣା ଘଟିଥିଲା। ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଯବାନମାନେ ଏହାର ଦୃଢ଼ ଜବାବ ଦେଇଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି ଯେ, ଭୋର ପ୍ରାୟ ୫ଟାରେ ଶ୍ରୀନଗର ଯାଉଥିବା ଏକ ଟ୍ରକକୁ ଟୋଲ ପ୍ଲାଜାରେ ଯାଞ୍ଚ ପାଇଁ ଯବାନମାନେ ଅଟକାଇଥିଲେ। ଏହା ପରେ ଟ୍ରକରେ ଲୁଚିଥିବା ୪ ଆତଙ୍କୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିବିନିମୟରେ ୩ ଆତଙ୍କାବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କୀ ନିକଟ ଜଙ୍ଗଲକୁ ଲୁଚି ପଳାଇଛି। ତାକୁ ଧରିବା ଲାଗି ପୁଲିସ ଏବଂ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories