www.samajalive.in
Friday, December 12, 2025
27.1 C
Bhubaneswar

କ୍ରିଶ୍-୪ରେ ଦୀପିକା

ମୁମ୍ବଇ : ରାକେଶ୍ ରୋଶନ୍ ନିର୍ଦେଶିତ ଓ ତାଙ୍କ ପୁଅ ହ୍ରିତିକ୍ ରୋଶନ୍ ଅଭିନୀତ ‘କ୍ରିଶ୍’ ସିରିଜ୍‌ର ୪ର୍ଥ ଭାଗ କାମ ଆଗେଇବାରେ ଲାଗିଛି। ବିଦେଶରୁ ୟୁନିଟ୍ ଲୋକ ଆସି ମୁମ୍ବଇରେ ସେଟ୍ ସଜାଇବା କାମରେ ଲାଗିପଡ଼ିଛନ୍ତି। କାହାଣୀର ଶେଷ ପର୍ଯ୍ୟାୟ ଲେଖାସରିଥିବାବେଳେ ଏବେ ଅଭିନେତ୍ରୀଙ୍କ ନାମ ମନୋନୀତ ହେବ। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କ୍ରିଶ୍-୪ରେ ଦୀପିକା ପାଦୁକୋନ୍ ଅଭିନୟ କରିପାରନ୍ତି। କ୍ରିଶ୍‌ର ପ୍ରଥମ ଭାଗ ‘କୋଇ ମିଲ୍ ଗୟା’ରେ ହ୍ରିତିକ୍ ଓ ପ୍ରୀତି ଜିଣ୍ଟା ଅଭିନୟ କରିଥିଲେ। ଏହାର ପରବର୍ତ୍ତୀ ଦୁଇଟି ଭାଗରେ ପ୍ରିୟଙ୍କା ଚୋପ୍ରା କାମ କରିଥିବାବେଳେ ଚତୁର୍ଥ ଭାଗ ପାଇଁ ପ୍ରିୟଙ୍କାଙ୍କର ଆଦୌ ଆଗ୍ରହ ନାହିଁ। କାରଣ ବିଦେଶୀ ରାଇଜରେ ସେ ଘର ସଂସାର କରିସାରିଥିବାବେଳେ ଏବେ ହଲିଉଡ ପ୍ରୋଜେକ୍ଟ ପ୍ରତି ସେ ଅଧିକ ଆଗ୍ରହୀ। ଏଣୁ ରାକେଶ୍ ରୋଶନ୍, ପ୍ରିୟଙ୍କାଙ୍କୁ ବାରମ୍ବାର ଅନୁରୋଧ କରିବାକୁ ଉଚିତ୍ ମଣୁନାହାନ୍ତି। ଏପରିସ୍ଥଳେ ବର୍ତ୍ତମାନ ସମୟରେ ଦୀପିକା ଅନ୍ୟତମ ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଛନ୍ତି। ଦୀପିକା ମଧ୍ୟ କାହାଣୀ ଶୁଣି ସବୁଜ ସଙ୍କେତ ଦେଇଥିବାର ୟୁନିଟ୍ ସଦସ୍ୟ ପ୍ରକାଶ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories