www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ବପ୍ନାଙ୍କ ରେକର୍ଡ

ଦୁବାଇ ନିବାସୀ ଭାରତୀୟ ମହିଳା ସ୍ବପ୍ନା ଏବେ ବିଶ୍ବସ୍ତରରେ ଚର୍ଚ୍ଚା ପରିସରରେ ଅଛନ୍ତି। ସଙ୍ଗୀତ ରାଇଜରେ ଏକ ଭିନ୍ନ ପଦକ୍ଷେପ ନେଇ ସେ ରେକର୍ଡ ସ୍ଥାପନ କରିଥିବାର ଜଣାପଡ଼ିଛି। ୧ହଜାର ଦିନ ମଧ୍ୟରେ ସ୍ବପ୍ନା ୧ହଜାର ଗୀତ ଲେଖିବା, କମ୍ପୋଜ୍ କରିବା ଓ ଗାଇବାର କାମ କରିପାରିଛନ୍ତି। ୪୮ ବର୍ଷୀୟା ସ୍ବପ୍ନା ଆବ୍ରାହମ୍, ଗୋଲଡେନ୍ ବୁକ୍ ଅଫ୍ ଆୱାର୍ଡସ୍‌‌ରେ ୪ଟି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୨୦୧୭ ଅପ୍ରେଲ୍‌ ୮ରେ ତାଙ୍କର ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଜାନୁଆରୀ ୨, ୨୦୨୦ ମଧ୍ୟରେ ସେ ୧ହଜାର ଗୀତ ଗାଇ ରେକର୍ଡ ସ୍ଥାପନ କରିଥିବାର ଗୋଲଡେନ୍ ବୁକ୍ ଅଫ୍ ଆୱାର୍ଡସ୍‌ର କର୍ମଚାରୀଙ୍କ ମତ। ଗିନିଜ୍ ବୁକ୍ ଅଫ୍ ୱାର୍ଲଡରେ ମଧ୍ୟ ସେ ଡିଜିଟାଲ୍ ଆଲବମ୍‌‌ ରେକର୍ଡ ସ୍ଥାପନ ପାଇଁ ପଦକ୍ଷେପ ନେବେ​ ବୋଲି ଏକ ସାକ୍ଷାତକାର୍‌ରେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories