www.samajalive.in
Friday, December 12, 2025
27.1 C
Bhubaneswar

ବାଲୁକା କଳା ମାଧ୍ୟମରେ କୋବେ ବ୍ରାଏଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସମଗ୍ର ବିଶ୍ବକୁ ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ବର : ଗତ ୨୬ତାରିଖ ରବିବାର ଦିନ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ମହାନ୍ ବାସ୍କେଟବଲ୍ ଖେଳାଳି ତଥା ଏନବିଏର ପୂର୍ବତନ ତାରକା କୋବେ ବ୍ରାଏଣ୍ଟଙ୍କ ପରଲୋକ ହୋଇଥିଲା। କୋବେ ବ୍ରାଏଣ୍ଟଙ୍କ ପରଲୋକ ହେବାର ଖବର ଶୁଣିବା ପରେ ସମଗ୍ର ବିଶ୍ବ ଏକପ୍ରକାର ସ୍ତବ୍ଧ ହୋଇଯାଇଥିଲା। ଖେଳାଳିଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଥିଲେ। ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଅନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ମାଧ୍ୟମରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାର ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏନେଇ ଶୋକବ୍ୟକ୍ତ କରିବା ସହ ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ କୋବେ ବ୍ରାଏଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୁଦର୍ଶନଙ୍କ ଏହି ବାଲୁକା କଳା ସମଗ୍ର ଓଡ଼ିଶାବାସୀଙ୍କୁ ଦୁଃଖରେ ମ୍ରିୟମାଣ କରିଥିଲା।
ଏନେଇ ସୁଦର୍ଶନ କହିଛନ୍ତି, ମହାନ୍ ବାସ୍କେଟବଲ୍ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଦେହାନ୍ତରେ ଆମ ରାଜ୍ୟ ଅତ୍ୟନ୍ତ ଦୁଃଖିତ। ଏହି ଭଳି ଦୁଃଖଦ ଘଟଣାରେ ଓଡ଼ିଶାର ଲୋକମାନେ କଳା ମାଧ୍ୟମରେ ହେଉ କିମ୍ବା ଲେଖନୀ ମାଧ୍ୟମରେ ହେଉ ସବୁବେଳେ ଦୁଃଖବ୍ୟକ୍ତ କରିଥାନ୍ତି। ଓଡ଼ିଶାର ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଏହି ବାଲୁକା କଳା ମଧ୍ୟ ଏଏଫପି ଏଜେନ୍ସି ପକ୍ଷରୁ ଜାରି କରାଯାଇଛି। ଯାହାଦ୍ବାରା ଏହି ବାର୍ତ୍ତା ସମଗ୍ର ବିଶ୍ବରେ ପହଞ୍ଚି ପାରିଥିଲା।

ଏକ ମିଡ଼ିଆ ସୂଚନା ଅନୁସାରେ, ଜୀବନରେ କୌଣସି ପରିସ୍ଥିତିରେ ହାରିବା ସିଖି ନଥିଲେ କୋବେ ବ୍ରାଏଣ୍ଟ। କଠିନ ପରିଶ୍ରମ କରିବାରେ ବିଶ୍ବାସ କରୁଥିବା ଏହି ମହାନ ବାସ୍କେଟ ବଲ ଖେଳାଳି ସମଗ୍ର ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବିଶ୍ବର ଏକ ନମ୍ବର ଖେଳାଳିମାନଙ୍କ ମଧ୍ୟରେ କୋବେ ବ୍ରାଏଣ୍ଟଙ୍କ ନାମ ରହିଛି। ଯଦି ବିଶ୍ବରେ ଟପ୍-୫ ବାସ୍କେଟ ବଲ ଖେଳାଳିଙ୍କୁ ନିଆଯିବ ତେବେ କୋବେ ବ୍ରାଏଣ୍ଟ ସେଥିରେ ରହିବେ। ତାଙ୍କର ଦେହାନ୍ତ ପରେ ସାମାଜିକ ଗଣମାଧ୍ୟମ ଟ୍ବିଟର ଠାରୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ ଚାରିଆଡ଼େ ତାଙ୍କ ମୃତ୍ୟୁର ଖବର। କରଣ ଜୋହରଙ୍କ ଠାରୁ ଆରମ୍ଭ କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି କୋବେ ବ୍ରାଏଣ୍ଟଙ୍କ ଦେହାନ୍ତରେ ଶୋକ କରିଛନ୍ତି। ପ୍ରିୟଙ୍କା ଚୋପ୍ରା, ସଚିନ ତେନ୍ଦୁଲକର, ବିରାଟ କୋହଲି ମଧ୍ୟ ବ୍ରାଏଣ୍ଟଙ୍କ ମୃତ୍ୟୃରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

- Advertisement -
pic courtesy-savar

ଏନବିଏର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ବ୍ରାଏଣ୍ଟ ୧୮ ବର୍ଷ ବୟସରୁ ଏନବିଏରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏନବିଏ ଦଳ ଲସ୍ ଆଞ୍ଜେଲସ୍ ତରଫରୁ ୨୦ ବର୍ଷ ବାସ୍କେଟବଲ୍ ଖେଳିଥିଲେ। ସେ ଏହି ଦଳକୁ ୫ଥର ଏନ୍ବିଏ ଚମ୍ପିଆନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାସ୍କେଟବଲ୍ରେ ଅନେକ ସୁନାମ ଅର୍ଜନ କରିଥିବା ବ୍ରାଏଣ୍ଟ ୨୦୧୭ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଡିଅର୍ ବାସ୍କେଟବଲ୍’ ପାଇଁ ଓସକାର୍ ପୁରସ୍କାର ହାସଲ କରିଥିଲେ।
ଉଲ୍ଲେଖ ଯୋଗ୍ୟ, ରବିବାର ୪୧ ବର୍ଷୀୟ ବ୍ରାଏଣ୍ଟ, ୧୩ ବର୍ଷୀୟ ଝିଅ ଗାଏନାଙ୍କ ଓ ଅନ୍ୟ ୭ଜଣ ବ୍ରାଏଣ୍ଟଙ୍କ ଏସ୍-୭୬ ହେଲିକପ୍ଟରରେ କାଲାବାସାସ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଲସ୍ ଆଞ୍ଜେଲ୍ସର ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଥିବାରୁ ଏଥିରୁ ବର୍ତ୍ତିବା ପାଇଁ ବ୍ରାଏଣ୍ଟ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରିଥିଲେ। ତେବେ ପାଗ କୁହୁଡିଆ ରହିଥିବାରୁ ବ୍ରାଏଣ୍ଟଙ୍କ ବିମାନ କାର୍ଲିଫର୍ଣ୍ଣିଆ ଠାରୁ ୬୫ କିଲୋମିଟର ଦୂରରେ ଥିବା ଏକ ପାହାଡରେ ମାଡ଼ ହୋଇ ଜଳି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତେ ପ୍ରାଣ ହରାଇଥିଲେ। ବିମାନ ଧକ୍କା ପରେ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କାଲିଫର୍ଣ୍ଣିଆ ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି କୁହୁଡି ଯୋଗୁଁ ଏହି ବିମାନ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories