www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରୁ ଉଠିବ ହୋମ୍‍ୱାର୍କ ବ୍ୟବସ୍ଥା

କୋଲକତା: ଏଣିକି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଆଉ ହୋମ୍‍ୱାର୍କ କରିବାକୁ ପଡ଼ିବ ନାହିଁ। ଖୁବ୍‍ଶୀଘ୍ର କେନ୍ଦ୍ର ସରକାର ଏହି ମର୍ମରେ ଏକ ନିୟମ ଆଣିବାକୁ ଯାଉଛନ୍ତି। ମାଡ୍ରାସ୍‍ ହାଇକୋର୍ଟ ଦେଇଥିବା ରାୟ ଆଧାରରେ ଶିକ୍ଷା ଆଇନ୍‍ରେ ସଂଶୋଧନ କରାଯାଇପାରେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଦେକର ସୂଚନା ଦେଇଛନ୍ତି।
କୋଲକତାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଜାଭଦେକର କହିଛନ୍ତି ଯେ ଛୋଟ ପିଲାଙ୍କୁ ସ୍କୁଲ୍‍ରେ ହସି ଖେଳି ଶିଖିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ହୋମ୍‍ୱାର୍କ ଦ୍ୱାରା ଏହି ଲକ୍ଷ୍ୟ ସାଧନ ହୋଇପାରୁନାହିଁ। ସେମାନଙ୍କୁ ଚାପରୁ ମୁକ୍ତ କରିବା ପାଇଁ ହୋମ୍‍ୱାର୍କ ବ୍ୟବସ୍ଥା ଉଚ୍ଛେଦ କରାଯିବାକୁ ଚିନ୍ତା କରାଯାଉଛି। ଏହି ମର୍ମରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରାଯାଉଛି। ଯାହା କିଛି ସମ୍ଭବ ତାହା କରାଯିବା ପାଇଁ ଚେଷ୍ଟା କରାଯିବ।
ଏଥିସହିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‍ ଫେଲ୍‍ ବ୍ୟବସ୍ଥା ପୁଣି ଥରେ ଲାଗୁ କରାଯିବ ବୋଲି ଜାଭଦେକର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏଥିପାଇଁ ବାଧ୍ୟତାମୂଳକ ଓ ମୁକ୍ତ ଶିକ୍ଷା ଅଧିକାର ଆଇନ – ୨୦୦୯ରେ ଆବଶ୍ୟକ ସଂଶୋଧନ ବିଲ୍‍ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବ। ପାସ୍‍ ଫେଲ୍‍ ବ୍ୟବସ୍ଥା ପୁନଃ ଲାଗୁ ପାଇଁ ପ୍ରାୟ ୨୫ଟି ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ତେଣୁ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥା ପୁଣି ଥରେ ଲାଗୁ କରିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ। ଏହି ବ୍ୟବସ୍ଥା ପୁନଃକାର୍ଯ୍ୟକାରୀ ହେଲେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଦେଇ ପାସ୍‍ କରୁଥିବା ଛାତ୍ରଛାତ୍ରୀ ହିଁ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେ। ଫେଲ୍‍ ପିଲାଙ୍କୁ ବାର୍ଷିକ ପରୀକ୍ଷାର ଦୁଇ ମାସ ପରେ ପୁଣି ଥରେ ସୁଯୋଗ ଦିଆଯିବ। ସେଥିରେ ପାସ୍‍ ହେଲେ ସେମାନେ ଉଚ୍ଚ ଶ୍ରେଣୀକୁ ଯିବେ। ନ ହେଲେ ପୁଣି ଥରେ ସେହି ଶ୍ରେଣୀରେ ପଢ଼ିବେ। ଆଗାମୀ ପିଢ଼ି ପାଇଁ ଏକ ବିସ୍ତୃତ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯିବ ବୋଲି ମନ୍ତ୍ରୀ ଶ୍ରୀଜାଭଦେକର ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories