www.samajalive.in
Friday, December 12, 2025
14.1 C
Bhubaneswar

ପୁଲିସ ଅତ୍ୟାଚାର ନେଇ କଂଗ୍ରେସ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ) ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ଉତ୍ତରପ୍ରଦେଶ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଆୟୋଗଙ୍କୁ ଭେଟି ୩୧ପୃଷ୍ଠାର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି; ଯେଉଁଥିରେ ପୁଲିସ ଅତ୍ୟାଚାର ସମ୍ପର୍କିତ ଚିତ୍ର ଓ ଭିଡିଓ ପ୍ରମାଣ ରହିଛି। ରାଜ୍ୟ ସରକାର ନିଜ ନାଗରିକଙ୍କ ବିରୋଦରେ ଯୁଦ୍ଧ ଲଢ଼ିବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଏଥିରେ ଦର୍ଶାଯାଇଛି। ବହୁ ଲୋକଙ୍କ ନାମରେ ପୁଲିସ ମିଥ୍ୟା ଆରୋପ ଆଣିଥିବା ଏଥିରେ ସପ୍ରମାଣ ଅଭିଯୋଗ ହୋଇଛି।
ଅପରପକ୍ଷରେ ଆଲ୍ଲାହାବାଦ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କଠାରୁ ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ନିର୍ଯାତନା ଅଭିଯୋଗ ନେଇ ରିପୋର୍ଟ ମାଗିଛନ୍ତି। ଆସନ୍ତା ୧୭ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories