www.samajalive.in
Friday, December 12, 2025
14.1 C
Bhubaneswar

ପାକିସ୍ତାନକୁ ମହଙ୍ଗା ମାଡ଼ : ଅଟା କିଲୋ ୮୦, ରୁଟି ପଟକୁ ୧୨ ଟଙ୍କା

ଇସଲାମାବାଦ : ପାକିସ୍ତାନରେ ଏବେ ଅଟା କିଲୋ ସର୍ବକାଳୀନ ରେକର୍ଡ଼ ଭଙ୍ଗକରି ୮୦ ଟଙ୍କାରେ ପହଞ୍ଚିଛି। ଅଟା ଦର ବୃଦ୍ଧି ଯୋଗୁଁ ବିଭିନ୍ନ ହେଟେଲରେ ରୁଟି ଖଣ୍ଡ ୧୨ ଟଙ୍କାରେ ବିକ୍ରି ହେଉଛି। ଦେଶର ବଲୁଚିସ୍ତାନ, ସିନ୍ଧ, ପଞ୍ଜାବ ଓ ଖାଇବର ପାଖତୁନ୍‌ ପ୍ରଦେଶର ଜନସାଧାରଣଙ୍କ ମୁଖ୍ୟ ଖାଦ୍ୟ ହେଉଛି ରୁଟି, ଚପାତି ଓ ନାନ୍‌। ଅଟାର ଦର ଅହେତୁକ ବୃଦ୍ଧି ଯୋଗୁଁ ଏହି ସବୁ ପ୍ରଦେଶର ଲୋକେ ଏବେ ଭାତ ଖାଇବାକୁ ବାଧ୍ୟ ହେଉଛନ୍ତି। ହେଲେ, ପାକିସ୍ତାନ ସରକାର କହୁଛନ୍ତି ଡିସେମ୍ବର ଓ ଜାନୁଆରୀ ମାସରେ ଲୋକମାନେ ଅଧିକ ରୁଟି ଖାଉଥିବାରୁ ଅଟା ଦର ବଢିଛି। ସୂଚନାଯୋଗ୍ୟ, ଗତ ମାସରେ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦରେ ଦେଶର ପରିବହନ କର୍ମଚାରୀମାନେ ବିକ୍ଷୋଭ କରିଥିଲେ। ଏହା ଯୋଗୁଁ ଅଟା ଓ ଗହମ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା। ଏହା ବ୍ୟତୀତ ପାକିସ୍ତାନର ୨ ଗହମ ଉତ୍ପାଦନକାରୀ ପଞ୍ଜାବ ଓ ଖାଇବର ପାଖତୁନ୍‌ ପ୍ରଦେଶର ସରକାର ପରସ୍ପର ବିରୋଧୀ ଆଭିମୁଖ୍ୟ ଯୋଗୁଁ ଅଟା ଯୋଗାଣ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏହି ଦୁଇ ରାଜ୍ୟ ସରକାର ପଡ଼ୋଶୀ ଆଫଗାନିସ୍ତାନକୁ ୩୦ ହଜାର କ୍ବିଣ୍ଟାଲ ଅଟା କଳାବଜାରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହି ସବୁ କାରଣରୁ ଦେଶରେ ଅଟାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି। ନାନ୍‌ କଥା ଛାଡ଼, ୧୨ ଟଙ୍କାରେ ରୁଟି ଖଣ୍ଡେ
ବିକିବା ମଧ୍ୟ ସମ୍ଭବ ହେଉନାହିଁ। ଏଥିପାଇଁ ଗତ ତିନିଦିନ ହେଲା ଢାବା ଓ ହୋଟେଲ ବନ୍ଦ କରିବାକୁ ପଡ଼ିଛି ବୋଲି ଇସଲାମାବାଦର ସିରାଜ ଖାଁ ନାମକ ଜଣେ ହୋଟେଲ ମାଲିକ କହିଛନ୍ତି। ଅଟା ଦର ନିୟନ୍ତ୍ରଣ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସମସ୍ତ ପ୍ରାଦେଶିକ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏପଟେ ବିରୋଧୀ ଦଳ ନେତା ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଏହି ସରକାର ପାକିସ୍ତାନକୁ ଗହମ ରପ୍ତାନୀକାରୀ ଦେଶରୁ ଏବେ ଗହମ ଆମଦାନୀକାରୀ ରାଷ୍ଟ୍ରକୁ ନେଇସାରିଲେଣି। ଇମ୍ରାନ ସରକାର ଆଫଗାନିସ୍ତାନକୁ ୪୦ ହଜାର ଟନ୍‌ ଅଟା ରପ୍ତାନୀ କରିଥିବାରୁ ଦେଶରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ରେ ଅନୁଷ୍ଠିତ ବୈଠକରେ ଦେଶର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ସହାୟତା ରାଶି ଯୋଗାଇ ଦେବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍ରଙ୍କୁ ଇମ୍ରାନ ଅନୁରୋଧ କରିଥିଲେ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଅନ୍ତର୍ଜାତୀୟ ଅନୁଷ୍ଠାନ ଫାଇନାନ୍ସିଆଲ ଏକ୍ସନ ଟାସ୍କ ଫୋର୍ସ( ଏଫଏଟିଏଫ) ଆଗାମୀ ଦିନରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିପାରେ। ଏପରି ହେଲେ ଦେଶର ଆର୍ଥିକସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବ। ଏସବୁରୁ ମୁକୁଳିବା ଲାଗି ଟମ୍ପ୍ରଙ୍କ ଶରଣ ପଶିଛନ୍ତି ଇମ୍ରାନ। ଏପଟେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏୟାର ଷ୍ଟ୍ରାଇକ୍‌ କରାଯିବା ପରେ ପାକିସ୍ତାନ ସରକାର ନୂଆଦିଲ୍ଲୀ ସହ ବ୍ୟାବସାୟିକ ସଂପର୍କ ଚ୍ଛିନ୍ନ କରିଛନ୍ତି। ଭାରତ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ ଯୋଗୁଁ ପାକିସ୍ତାନକୁ ଗହମ ଯୋଗାଣ ବନ୍ଦ ରହିଛି। ସେଠାକାର ବ୍ୟବସାୟୀ କଟକଣା ହଟାଇବାକୁ ଇମ୍ରାନ୍‌ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏପଟେ ଦର ବୃଦ୍ଧି ଯୋଗୁଁ କରାଚୀ, ପଞ୍ଜାବ ଓ ପେଶାୱାର ଜନତା ରାଜରାସ୍ତାକୁ ଓହ୍ଲାଇ ଅଟା ଯୋଗାଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଅଟା ପରେ ଏବେ ପୁଣି ଚିନି ଦର ବୃଦ୍ଧି ପାକିସ୍ତାନର ଜନତାଙ୍କୁ ଇମ୍ରାନ୍‌ ବିରୋଧୀ କରିଛି। ଚିନି କିଲୋ ପାକିସ୍ତାନରେ ୭୫ରୁ ୮୫ ଟଙ୍କାରେ ପହଞ୍ଚିଛି। ଦର ନିୟନ୍ତ୍ରଣ ଓ ଆର୍ଥିକ ଦୂରବସ୍ଥା ଇମ୍ରାନଙ୍କ ଚିନ୍ତା ବଢାଇଛି। ଏଣେ ବିଶ୍ବବ୍ୟାପୀ ପାକିସ୍ତାନ ତା’ର ଆତଙ୍କବାଦ ସହଯୋଗ ନୀତିକୁ ନେଇ ଏକୁଟିଆ ପଡିଯାଇଥିବାବେଳେ ରାଷ୍ଟ୍ର ଭିତରୁ ଦରବୃଦ୍ଧି ବିରୋଧ ଓ ପିଓକେରେ ଜନତାଙ୍କ ମୁକ୍ତି ଆନ୍ଦୋଳନ ଇମ୍ରାନ୍‌ଙ୍କ ରକ୍ତଚାପ ବଢାଇ ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories