www.samajalive.in
Wednesday, December 10, 2025
18.1 C
Bhubaneswar

ବା​‌ସ୍କେଟବଲ୍‌ କିମ୍ବଦନ୍ତୀ କୋବେ ବ୍ରାଏଣ୍ଟଙ୍କ ପରଲୋକ

କାଲାବାସାସ୍‌(ଆମେରିକା) : ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ମହାନ୍‌ ବାସ୍କେଟବଲ୍‌ ଖେଳାଳି ତଥା ଏନ୍‌ବିଏର ପୂର୍ବତନ ତାରକା କୋବେ ବ୍ରାଏଣ୍ଟଙ୍କ ପରଲୋକ ହୋଇଯାଇଛି। ଦୁର୍ଘଟଣାରେ ୪୧ ବର୍ଷୀୟ ବ୍ରାଏଣ୍ଟଙ୍କ ସହ ୧୩ ବର୍ଷୀୟ ଝିଅ ଗାଏନାଙ୍କ ମଧ୍ୟ ପରଲୋକ ଘଟିଛି। ଏଥିସହ ହେଲିକପ୍ଟରରେ ଥିବା ଆଉ ୭ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଏନ୍‌ବିଏର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ବ୍ରାଏଣ୍ଟ ୧୮ ବର୍ଷ ବୟସରୁ ଏନ୍‌ବିଏରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏନ୍‌ବିଏ ଦଳ ଲସ୍ ଆଞ୍ଜେଲ୍‌ସ ତରଫରୁ ୨୦ ବର୍ଷ ବାସ୍କେଟବଲ୍‌ ଖେଳିଥିଲେ। ସେ ଏହି ଦଳକୁ ୫ଥର ଏନ୍‌ବିଏ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରବିବାର ବ୍ରାଏଣ୍ଟ, ତାଙ୍କ ଝିଅ ଗାଏନା ଓ ଅନ୍ୟତ ୭ଜଣ ବ୍ରାଏଣ୍ଟଙ୍କ ଏସ୍‌-୭୬ ହେଲିକପ୍ଟରରେ କାଲାବାସାସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଲସ୍‌ ଆଞ୍ଜେଲ୍‌ସର ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ରହୁଥିବାରୁ ଏଥିରୁ ବର୍ତ୍ତିବା ପାଇଁ ବ୍ରାଏଣ୍ଟ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରିଥିଲେ। ତେବେ ପାଗ କୁହୁଡିଆ ରହିଥିବାରୁ ବ୍ରାଏଣ୍ଟଙ୍କ ବିମାନ କାର୍ଲିଫର୍ଣ୍ଣିଆ ଠାରୁ ୬୫ କିଲୋମିଟର ଦୂରରେ ଥିବା ଏକ ପାହାଡରେ ମାଡ଼ ହୋଇ ଜଳି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତେ ପ୍ରାଣ ହରାଇଥିଲେ। ବିମାନ ଧକ୍କା ପରେ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କାଲିଫର୍ଣ୍ଣିଆ ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି କୁହୁଡି ଯୋଗୁଁ ଏହି ବିମାନ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି। ଦୁର୍ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।
ଦୁର୍ଘଟଣାରେ ବ୍ରାଏଣ୍ଟ ଓ ଗାଏନାଙ୍କ ପରଲୋକ ହୋଇଥିବା ଏନ୍‌ବିଏ କମିସନର ଆଦାମ ସିଲ୍‌ଭର ଗଣମାଧ୍ୟମକୁ ସ୍ପଷ୍ଟ କରି ଦେଇଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଅରେଞ୍ଜ କୋଷ୍ଟ କଲେଜ୍‌ ବାସ୍କେଟବଲ୍‌ ଦଳର ପ୍ରଶିକ୍ଷକ ଜନ୍‌ ଆଲ୍‌ଟୋବେଲି ପ୍ରାଣ ହରାଇଥିବା ଜଣାପଡ଼ିଛି। ବ୍ରାଏଣ୍ଟଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି। ଚିକାଗୋ ବୁଲ୍‌କୁ ୬ଥର ଏନ୍‌ବିଏ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମାଇକେଲ୍‌ ଜୋର୍ଡାନ୍‌ ନିଜ ପ୍ରତିକ୍ରିୟାରେ ବ୍ରାଏଣ୍ଟ ଓ ଗାଏନାଙ୍କ ପରଲୋକ ଦୁଃଖଦାୟକ ବୋଲି ଦର୍ଶାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବ୍ରାଏଣ୍ଟଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଶତାଧିକ ଲୋକ ତାଙ୍କ ଘର ନିକଟରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ବାସ୍କେଟବଲ୍‌ରେ ଅନେକ ସୁନାମ ଅର୍ଜନ କରିଥିବା ବ୍ରାଏଣ୍ଟ ୨୦୧୭ରେ କ୍ଷୁଦ୍ର ଚଳଚ୍ଚିତ୍ର ‘ଡିଅର୍‌ ବାସ୍କେଟବଲ୍‌’ ପାଇଁ ଓସକାର୍‌ ପୁରସ୍କାର ହାସଲ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories