www.samajalive.in
Thursday, December 11, 2025
15.1 C
Bhubaneswar

ଆଜି ମୁକେଶ ଆବେଦନର ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ମୁକେଶ କୁମାର ସିଂହ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛି। ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗ୍ରାହ୍ୟ କରିଥିବାବେଳେ ଏହାକୁ ସେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି। ମୁକେଶର ଏହି ପିଟିସନକୁ ସୁପ୍ରିମକୋର୍ଟ ମଙ୍ଗଳବାର ୧୨ଟା ୩୦ରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟର ବିଚାରପତି ଆର ଭାନୁମତି, ଅଶୋକ ଭୂଷଣ ଓ ଏଏସ୍ ବୋପାନ୍ନାଙ୍କୁ ନେଇ ପୀଠ ଗଠନ କରାଯାଇଛି। ଏହା ସହିତ ଫେବୃୃଆରୀରେ ଫାଶୀ ଦେବା ଲାଗି ନିମ୍ନ ଅଦାଲତ ଜାରି କରିଥିବା ପରୱାନା ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ମୁକେଶ ତାଙ୍କ ପିଟିସନରେ ଦାବି କରିଛନ୍ତି। ଜାନୁଆରୀ ୧୭ରେ ମୁକେଶର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ। ଜାନୁଆରୀ ୧୪ରେ ମୁକେଶ ରାଜକ୍ଷମା ଆବେଦନ କରିଥିବାବେଳେ ଦୁଇଦିନ ପରେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରିଥିଲେ। ମୁକେଶ ତାର ପିଟିସନରେ ଉଲ୍ଲେଖ କରିଛି ଯେ ରାଷ୍ଟ୍ରପତି ତାର ରାଜକ୍ଷମା ଆବେଦନକୁ ଠିକ୍ ଭାବେ ବିଚାର କରି ନାହାନ୍ତି। ରାଷ୍ଟ୍ରପତି ଏହାକୁ ତରବରିଆ ଭାବେ ଅନୁଧ୍ୟାନ କରି ଅଗ୍ରାହ୍ୟ କରିଛନ୍ତି। ମୁକେଶ ସହିତ ପୱନର ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଥିବାବେଳେ ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ କରି ନାହାନ୍ତି। ତେଣୁ ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବା ନେଇ ଅନିଶ୍ଚିତତା ଲାଗି ରହିଛି। ସେହିପରି ଅନ୍ୟତମ ଦୋଷୀ ପୱନ ଗୁପ୍ତାର ବାପା କରିଥିବା ଏକ ସମୀକ୍ଷା ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ନିର୍ଭୟା ମାମଲାରେ ଏକମାତ୍ର ସାକ୍ଷୀକୁ ପ୍ରଭାବିତ କରାଯାଇଥିବା ପୱନର ପିତା ତାଙ୍କ ଆବେଦନରେ ଅଭିଯୋଗ କରିଥିଲେ। ପୱନର ପିତା ଅଭିଯୋଗ କରିଥିଲେ ଯେ ସାକ୍ଷୀକୁ ନିର୍ଯାତନା ଦିଆଯାଇ ବୟାନ ରେକର୍ଡ କରାଯାଇଥିବାରୁ ଏହା ବିଶ୍ବାସଯୋଗ୍ୟ ନୁହେଁ। ଏହାକୁ ଅଗ୍ରାହ୍ୟ କରାଯିବା ଦରକାର। ମାଜିଷ୍ଟ୍ରେଟଙ୍କ ନିକଟରେ ସାକ୍ଷୀର ବୟାନ ରେକର୍ଡ କରାଯାଇଥିଲେ ମଧ୍ୟ ଏହା ଗ୍ରହଣ ଯୋଗ୍ୟ ନୁହେଁ। ପୱନର ପିତା କରିଥିବା ଏପରି ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories