ଲାଲକିଲ୍ଲା ମଇଦାନରେ ‘ଭାରତ ପର୍ବ – ୨୦୨୦’
ନୂଆଦିଲ୍ଲୀ : ଭାରତ ଭାବନାର ଉତ୍ସବ ‘ଭାରତ ପର୍ବ – ୨୦୨୦’ ନୂଆଦିଲ୍ଲୀର ଲାଲକିଲ୍ଲା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି । ଏହା ଫେବୃୟାରୀ ପହିଲା ପର୍ଯ୍ୟନ୍ତ ଚାଲିବ। ଜନସାଧାରଣଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ମନରେ ‘ଦେଖୋ ଅପ୍ନା ଦେଶ’ ଭାବନାକୁ ଉଜ୍ଜୀବୀତ କରାଇବା ହେଉଛି ଭାରତ ପର୍ବର ଉଦ୍ଦେଶ୍ୟ । ଚଳିତବର୍ଷ ଭାରତ ପର୍ବର ବାର୍ତ୍ତା ହେଉଛି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ଏବଂ ମହାତ୍ମା ଗାନ୍ଧୀଙ୍କ ଜନ୍ମର ୧୫୦ବର୍ଷ ପୂର୍ତ୍ତି ପାଳନ।
ଏଥିରେ ୫୦ରୁ ଅଧିକ ଖାଦ୍ୟ ଷ୍ଟଲ, ୭୯ଟି ହସ୍ତକଳା ଓ ହସ୍ତ ଶିଳ୍ପ ଷ୍ଟଳ ଏବଂ ବିଭିନ୍ନ ବିଷୟ ବସ୍ତୁକୁ ନେଇ ୨୭ଟି ପ୍ୟାଭିଲିୟନ ପ୍ରତିଷ୍ଠା କରାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଭାରତ ପର୍ବ ପରିଦର୍ଶନ ପାଇଁ ଖୋଲା ରହିବ । ଏଥିପାଇଁ ନିଃଶୁଳ୍କ ପ୍ରବେଶର ବ୍ୟବସ୍ଥା କରାଯାଇଛି।
Comments are closed.