ସମ୍ବଲପୁର : ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ ଚାଳକଙ୍କୁ ସୋମବାର ଏକ ମୋଟା ଅଙ୍କର ଜରିମାନା କରାଯାଇଛି। ଦୁର୍ଘଟଣା ପରେ ପରିବହନ ବିଭାଗ ଟ୍ରାକ୍ଟରକୁ ୫୩ ହଜାର ୨୦୦, ବସକୁ ୨୭ ହଜାର ଟଙ୍କା ଜରିମାନା କରିଥିବା ଜଣାପଡ଼ିଛି। ଟ୍ରାକ୍ଟରର ବକେୟା ଟିକସ ୧୬ ହଜାର ୨୦୦, ପରମିଟ ବାବଦକୁ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର, ଫିଟନେସ ପାଇଁ ୫ ହଜାର, ଇନସ୍ୟୁରାନ୍ସ ପାଇଁ ୨ ହଜାର, ଲାଇସେନ୍ସ ପାଇଁ ୫ ହଜାର , ଟ୍ରଲିର ଫିଟନେସ ନଥିବାରୁ ୫ ହଜାର ଜରିମାନା କରାଯାଇଛି। ଏହାସହ ଯାତ୍ରୀବାହୀ ବସର ପରମିଟ ନଥିବାରୁ ୧୦ ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଫିଟନେସ ପାଇଁ ୫ ହଜାର ଓ ବୀମା ପାଇଁ ୨ ହଜାର ଜରିମାନା ହୋଇଛି। ସୂଚନା ଯୋଗ୍ୟ, ଗତକାଲି ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ଠାରେ ଉକ୍ତ ଯାତ୍ରୀବାହୀ ବସ ଟ୍ରାକ୍ଟରଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଥିଲେ।
ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ ଚାଳକଙ୍କୁ ମୋଟା ଅଙ୍କର ଜରିମାନା
Popular Categories



