ରବିବାର ରାଶିଫଳ

0

ମେଷ: ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ସ୍ୱର୍ଗୀୟା ସୁଖ ଅନୁଭବ କରିବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାରେ ସକ୍ଷମ ହେବେ। କର୍ମ ଚଞ୍ଚଳ ରହିପାରନ୍ତି। ନ୍ୟାୟବନ୍ତ ହୋଇପାରନ୍ତି।

ବୃଷ: ଚଞ୍ଚଳ ଚେଷ୍ଟିତ ହେବେ। ମହାଧନ ଅର୍ଜନ କରିପାରନ୍ତି। ପ୍ରୀତି ଲାଭ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପର ଧନରେ ଧନୀ ହୋଇପାରନ୍ତି। ରସିକ ସ୍ୱଭାବର ହେବେ। କଥାବାର୍ତ୍ତାରେ ଅଣ ସଂଯମୀ ହୋଇପାରନ୍ତି।

ମିଥୁନ: ରାଜନୈତିକ ଅସ୍ଥିରତା ଲାଗି ରହିପାରେ। ସୁଖହାନି ଘଟିବ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଆଶ୍ୱସ୍ତ ହେବେ। ମନ୍ତ୍ର ଶାସ୍ତ୍ରାଦିରେ ପାରଦର୍ଶୀ ହେବେ। ପୁତ୍ର ଲାଭ ହୋଇପାରେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

କର୍କଟ: ମହିଳାମାନେ ରକ୍ଷଣଶୀଳ ହେବେ। କର୍ମକୁଶଳତା ପ୍ରକାଶ ପାଇବ। ବୈଦିକ ଶାସ୍ତ୍ର ଅନୁମୋଦିତ କାର୍ଯ୍ୟ ନ କଲେ ଅସୁବିଧାରେ ପଡ଼ି ପାରନ୍ତି। ମନରେ ସଞ୍ଚରିତ ହୋଇଥିବା ଭୟ ଦୂର ହେବ। ବନ୍ଧୁ ସହାୟତା ମିଳିବ।

ସିଂହ: ଧର୍ମ-ଧାରଣାରେ ମନୋନିବେଶ କରିପାରନ୍ତି। ଆକ୍ରମଣକାରୀ ଶତ୍ରୁର ଶକ୍ତିକୁ ପରାହତ କରି ମାନସିକ ଅଶାନ୍ତି ଦୂର କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ଓ କ୍ରୀଡ଼ାଦି ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ଗୃହ କାର୍ଯ୍ୟ ଆନନ୍ଦଦାୟକ ହେବ। ସମସ୍ତ ଅସୁବିଧା ଦୂର ହୋଇ ଆଶ୍ୱସ୍ତି ମିଳିବ। ବହୁ ସୁଖର ଅଧିକାରୀ ହେବେ। ସାଧୁଙ୍କ ଆଶୀର୍ବାଦ ପାଇ ମନବଳ ବୃଦ୍ଧି କରିପାରନ୍ତି। ଦ୍ୱିଜ-ଦେବତାଙ୍କ ପ୍ରତି ଭକ୍ତିଭାବ ବୃଦ୍ଧି ହେବ।

ତୁଳା: ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ଶାସ୍ତ୍ରପଟୁ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ଯାନ-ବାହନଯୁକ୍ତ ହେବେ। ଗ୍ରାମର ଅଧିପତି ହୋଇପାରନ୍ତି। ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।

ବିଛା: ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବେ। କଳହଠାରୁ ଦୂରେଇ ରହିଲେ ସଫଳତା ମିଳିବ। ଶତ୍ରୁ ବିନାଶ କରିପାରନ୍ତି। ପ୍ରତିଯୋଗିତା ଓ ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହେବ।

ଧନୁ: ଯେତେ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ସମ୍ମାନ ରକ୍ଷା କରିବାରେ ସକ୍ଷମ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଯାନବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହେବେ।

ମକର: ହଠାତ୍‍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଉତ୍ତମ ଭୋଜନ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।

କୁମ୍ଭ: ଧନବାନ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହୋଇପାରନ୍ତି। ବଳିଷ୍ଠ ହେବେ। ପାରିବାରିକ ସୁଖ ମିଳିବ। ବ୍ୟୟ ପରିମାଣ ଅତ୍ୟଧିକ ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିପାରନ୍ତି।

ମୀନ: ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଭୋଗୀ ହେବେ। ମନ ପ୍ରସନ୍ନ ରହିବ। ଗୁଣଜ୍ଞ ହୋଇପାରନ୍ତି। ଲୋକ ସଂପର୍କ ବୃଦ୍ଧି ହେବ। ରାଜପ୍ରସାଦ ସଦୃଶ ଗୃହ ସୁଖ ଭୋଗ କରିପାରନ୍ତି।

Leave A Reply