www.samajalive.in
Monday, December 15, 2025
16.1 C
Bhubaneswar

୪ରେ ମାଓବାଦୀଙ୍କ ବନ୍ଦ ଡାକରା

ନୂଆପଡ଼ା  : କନ୍ଧମାଲ ଓ ବଲାଙ୍ଗିର ଜିଲାରେ ପୁଲିସ ଦ୍ୱାରା ହୋଇଥିବା ଏନକାଉଣ୍ଟରକୁ ବିରୋଧ କରି ମାଓବାଦୀମାନେ ଶୁକ୍ରବାର ରାତିରେ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ରାସ୍ତାରେ ଗଛ କାଟିି ପଥର ପକାଇ ଅବରୋଧ କରିଥିଲେ। ସେହିପରି ଘଟଣାସ୍ଥଳରେ ବହୁ ସଂଖ୍ୟରେ ମାଓ ପୋଷ୍ଟର ମଧ୍ୟ ପକାଇଥିଲେ। ଏଥିରେ ଭାରତ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ପ୍ରବକ୍ତା ଚକ୍ର ବିଶୋଇ ନାମ ଉଲ୍ଲେଖ ରହିଛି। ସେହିପରି ଜୁନ ୪ରେ ଛତିଶଗଡ଼ ଧମଡରି, ଗରିଆବନ୍ଧ, ମହାସମୁନ୍ଦ ସହ ଓଡ଼ିଶା ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ବନ୍ଦକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।
ଏହି ମାଓ ପୋଷ୍ଟରଟି ସିନାପାଲି ଥାନା ଛତିଶଗଡ଼ ସୀମାରେ ଅବସ୍ଥିତ ଧିଙ୍ଗଆମୁଣ୍ଡ ଓ ଗୋହେରାପଦର ମଝିରେ ଲଗାଯାଇ ରାସ୍ତା ଅବରୋଧ କରାଯାଇଥିଲା। ଏହି ମାଓ ପୋଷ୍ଟରେ ଭଇଁଷାଦାନୀ ପଞ୍ଚାୟତ ପାଟଦରାର ସୁମିତ୍ରା ପୁଲିସ ଗିରଫ କରି ଅତ୍ୟାଚାର କରୁଥିବା ସହ ଭଇଁଷରଦାନୀ ସ୍ୱାସ୍ଥ୍ୟକର୍ମୀଙ୍କୁ ପୁଲିସ ଅପହରଣ କରି ନେଇଥିବା ଉଲ୍ଲେଖ ରହିଛି। ସେହିପରି ଗତ୧୨ରେ ମିଛ ଗୁଳି ବିନିମୟରେ ଗରିଆବନ୍ଦ ଜିଲା ଭଦ୍ରା ଅଞ୍ଚଳ ଗ୍ରାମ ରାଜଡିହଗରେ କାମ ପାଇଁ ଯାଉଥିବାବେଳେ କମ୍ରେଡ଼ ସେବକ ଏ.ସି ସେକ୍ରଟରି ଓ କମାଣ୍ଡର (ଲିଜାର) କୁ ପୁଲିସ ନେଇ ହତ୍ୟା କରିଛି। ମେ ୧୩ ବଲାଙ୍ଗିର ଜିଲାର ଡୁଡକିମାଲ ଜଙ୍ଗଲରେ ଯବାନ ଗୁଳି ବିନିମୟରେ ଡିଭିଜନାଲ କମିଟିର ସଭ୍ୟ କମେଡ଼ ସଞ୍ଜବ, ଏସି ସଭ୍ୟତା କମ୍ରେଡ଼ ରାଜେଶକୁ ହତ୍ୟା କରିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories