www.samajalive.in
Friday, December 5, 2025
20.1 C
Bhubaneswar

ବାଦୁଡ଼ି ଓ ସାପର ଭୂତାଣୁ ମିଶିବା ପରେ କରୋନା ଭାଇରସର ଜନ୍ମ: ଚୀନ ବୈଜ୍ଞାନିକ

ବେଜିଂ: ଚୀନ, ଆମେରିକା ଏବଂ ଏସିଆର କେତେକ ଦେଶରେ ଆତଙ୍କ ସୃଷ୍ଟି କରିଥିବା ‘କରୋନା ଭାଇରସ’ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପ୍ରାଣୀଙ୍କଠାରୁ ଏହି ଭୂତାଣୁ ମଣିଷଙ୍କୁ ବ୍ୟାପିଛି ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିବା ପରେ ଏ ନେଇ ଅଧିକ ଗବେଷଣା ଜାରି ରହିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ଭୂତାଣୁ ସାପଠାରୁ ବ୍ୟାପିଥିବା ଜଣାପଡ଼ିଛି। ଚୀନର ଉହାନ ସହରରୁ କରୋନା ଭାଇରସ ବ୍ୟାପିବା ଆରମ୍ଭ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ସେଠାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆଗକୁ ଏହି ଭୂତାଣୁ ଯୋଗୁ ଆହୁରି ଅଧିକ ଜୀବନ ଚାଲିଯାଇପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଚୀନରେ ୫୫୫ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଜ୍ଵର ଲାଗି ରହିଥିବାବେଳେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ନିମୋନିଆରେ ପୀଡ଼ିତ ଅଛନ୍ତି। ଦେଶର ୫୫୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୪୪୪ ଜଣ ଉହାନ ସହରର।

ଏବେ କରୋନା ଭାଇରସକୁ ନେଇ ଗବେଷଣା ଚାଲିଥିବାବେଳେ ଚୀନର ପେକିଂ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ ପି. ଜି ଏହି ଭୂତାଣୁ ସମ୍ପର୍କରେ ନୂଆ ତଥ୍ୟ ଆବିଷ୍କାର କରିଛନ୍ତି। ସାପଠାରୁ ଏହି ଭୂତାଣୁ ଲୋକଙ୍କ ମଧ୍ୟରେ ସଂକ୍ରମିତ ହୋଇଛି ବୋଲି ସେ କହିଛନ୍ତି। ତେବେ ସମସ୍ତଙ୍କୁ ସାପ କାମୁଡ଼ିଛି ବୋଲି ଏହା ବ୍ୟାପି ନାହିଁ, ବରଂ ଚୀନରେ ସାପ ଖାଇବାର ପରମ୍ପରା ରହିଥିବାରୁ ଏହି ଭୂତାଣୁ ବ୍ୟାପିଥିବା ବୈଜ୍ଞାନିକ ଜଣକ ଦାବି କରିଛନ୍ତି।

- Advertisement -
Image Courtesy: Aajtak

ଚୀନର ଉହାନ ହେଉଛି ଏଭଳି ସହର, ଯେଉଁଠି ଜୀବଜନ୍ତୁଙ୍କ ବଜାର ରହିଛି। ଏଠାରେ ସାପ, ଗୁଣ୍ଡୁଚିମୂଷା, ବାଦୁଡ଼ି, ପକ୍ଷୀ ଏବଂ ଠେକୁଆ ବିକ୍ରି ହୋଇଥାଏ। ଏହି ଜୀବମାନଙ୍କୁ ଚୀନର ଲୋକମାନେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବାଦୁଡ଼ିଠାରୁ ବ୍ୟାପୁଥିବା ସାର୍‌ସ(ସିଭିୟର ଆକ୍ୟୁଟ ରେସ୍ପିରେଟୋରୀ ସିଂଡ୍ରୋମ) ଭାଇରସ ସାପ ଜରିଆରେ ଲୋକଙ୍କୁ ବ୍ୟାପିଛି। ସାର୍‌ସ ଭାଇରସ ସାପଙ୍କ ଶରୀରକୁ ଯିବା ପରେ ତାହା କରୋନା ଭାଇରସରେ ପରିବର୍ତ୍ତନ ହୋଇଛି। ସାର୍‌ସ ଭାଇରସର ଚିକିତ୍ସା ରହିଛି। କିନ୍ତୁ ସାପ ଶରୀରରେ ଏହା କରୋନା ଭାଇରସରେ ପରିବର୍ତ୍ତନ ହେବା ପରେ ତାହାର କୌଣସି ଚିକିତ୍ସା ପଦ୍ଧତି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।

ବୈଜ୍ଞାନିକ ବି. ଜି ବିଭିନ୍ନ ଜୀବଜନ୍ତୁଙ୍କଠାରୁ ମୋଟ ୨୧୭ଟି ଭୂତାଣୁ ନମୁନା ସଂଗ୍ରହ କରି ତାହାର ପରୀକ୍ଷାନିରୀକ୍ଷା କରିବା ପରେ ଏହି ତଥ୍ୟା ହାସଲ କରିଛନ୍ତି। ଏଥିରୁ ୫ଟି ନମୁନା କରୋନା ଭାଇରସ୍‌ର ଥିଲା। ସମସ୍ତ ଜୀବଙ୍କଠାରେ ଦେଖିବାକୁ ମିଳୁଥିବା ଭୂତାଣର ତୁଳନା ଏହି ନୂଆ କରୋନା ଭୂତାଣୁ ସହ କରାଯିବା ପରେ ଜଣାପଡ଼ିଥିଲା ଯେ, ଏହି ଭାଇରସ ସାପଠାରୁ ମିଳୁଥିବା ଭାଇରସ ସହିତ ମିଶିଯାଉଛି। ବି. ଜିଙ୍କ ଅଧ୍ୟୟନକୁ ପେନ୍‌ସିଲଭାନିଆସ୍ଥିତ ପିଟ୍‌ସବର୍ଗ ବିଶ୍ଵବିଦ୍ୟାଳୟର ପ୍ରଫେସର ହାଇତାଓ ଗୁଓ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଏହି ତଥ୍ୟା ଅତ୍ୟନ୍ତ ଚିନ୍ତାଜନକ। ବାଦୁଡ଼ି ଏବଂ ସାପର ଭାଇରସ ମିଶିଯିବା ପରେ ତାହା କରୋନା ଭାଇରସରେ ପରିଣତ ହେଉଛି।

ଆମେରିକାର ସିଏଟଲସ୍ଥିତ ୱାଶିଂଟନ ବିଶ୍ଵବିଦ୍ୟାଳୟର ପ୍ରଫେସର ପିଟର ରାବିନେୱିଟ୍‌ଜ କହିଛନ୍ତି, ଦୁଇଟି ଜୀବଙ୍କ ଭୂତାଣୁ ମିଶି ଏକ ନୂଆ ଭୂତାଣୁ ସୃଷ୍ଟି ହେବା ଏକ ନୂତନ ତଥ୍ୟ। ଏହା ବର୍ତ୍ତମାନ ବାୟୁ ଏବଂ ଖାଦ୍ୟ ଜରିଆରେ ମଣିଷଙ୍କୁ ବ୍ୟାପୁଛି। ଭାଇରସର ଏଭଳି ଜିନ୍‌ଗତ ପରିବର୍ତ୍ତନ ଭବିଷ୍ୟତ ପାଇଁ ସାଂଘାତିକ ଏବଂ ବିପଜ୍ଜନକ ବୋଲି ସେ କହିଛନ୍ତି।

କରୋନା ଭାଇରସ ଓ ଏହାର ଲକ୍ଷଣ

କରୋନା ଭାଇରସ୍‌ର ଉତ୍ପତ୍ତି କେଉଁଠୁ ହୋଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ପଶୁଙ୍କଠାରୁ ଏହା ମଣିଷଙ୍କୁ ବ୍ୟାପିଥାଏ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଚୀନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଉହାନର ସିଫୁଡ୍‌ ମାର୍କେଟରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଛି। ଏଥିରେ ଆକ୍ରାନ୍ତ ହେଲେ ସାଧାରଣ ଥଣ୍ଡା ଜ୍ଵର ଏବଂ କାଶ ହୋଇଥାଏ। କିନ୍ତୁ ଏହା ଦ୍ବାରା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥାଏ। କାରଣ ଜ୍ଵର ଦୀର୍ଘଦିନ ଯାଏ ରହିବ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରି କି ଏହାଦ୍ବାରା ନିମୋନିଆ ହୋଇଥାଏ। ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନଙ୍କୁ ଏହା ସହଜରେ ଆକ୍ରମଣ କରିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories