www.samajalive.in
Friday, December 5, 2025
20.1 C
Bhubaneswar

ମ୍ୟାଚ୍‌ବେଳେ ଷ୍ଟାଡିୟମରେ ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିଲେ ସ୍ବାମୀ, ଟିଭିରେ ଦେଖିଲେ ପତ୍ନୀ

ଇକ୍ଵେଡର: କଥାରେ ଅଛି ପ୍ରେମ ଆଉ ସତ୍ୟ, ଏହି ଦୁଇଟି କେବେ ଲୁଚି ରହେନି। ଏହାର ଏକ ଉଦାହରଣ ଉକ୍ଵେଡରରେ ଦେଖିବାକୁ ମିଳିଛି। ପ୍ରେମିକାଙ୍କ ସହିତ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବା ଏବଂ ରୋମାନ୍ସ କରିବା ଜଣେ ବିବାହିତ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। କାରଣ ସ୍ବାମୀ ଷ୍ଟାଡିୟମରେ ପ୍ରେମିକାଙ୍କ ସହିତ ଖେଳ ଦେଖୁଥିବାବେଳେ ପତ୍ନୀ ଘରେ ବସି ଟିଭିରେ ସେମାନଙ୍କ ରୋମାନ୍ସର ଦୃଶ୍ୟ ଦେଖୁଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଇକ୍ଵେଡରରେ ଡେଭେଇ ଏଣ୍ଡେ୍ରଡ୍‌ ନାମକ ଜଣେ ବ୍ୟକ୍ତି ବାର୍ସିଲୋନା ଏବଂ ଡେଲଫିନ ମଧ୍ୟରେ ଚାଲିଥିବା ଫୁଟ୍‌ବଲ ମ୍ୟାଚ ଦେଖୁଥିଲେ। ଏହି ସମୟରେ ତାଙ୍କ ପାଖରେ ବସିଥିଲେ ତାଙ୍କ ପ୍ରେମିକା। ମ୍ୟାଚ ଚାଲିଥିବାବେଳେ ଉଭୟେ ରୋମାନ୍ସରେ ବ୍ୟସ୍ତ ଥିଲେ। କିନ୍ତୁ ସେମାନଙ୍କୁ ଜଣା ନ ଥିଲା ଯେ ମ୍ୟାଚର ଲାଇଭ କଭରେଜ ହେଉଛି ଏବଂ ବଡ଼ ବଡ଼ କ୍ୟାମେରାରେ ସବୁ ଦୃଶ୍ୟ କଏଦ ହେଉଛି। ଡେଭେଇ ଏବଂ ତାଙ୍କ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ କ୍ୟାମେରାରେ କଏଦ ହୋଇ ଷ୍ଟାଡିୟମରେ ଲାଗିଥିବା ବଡ଼ ପରଦା ଏବଂ ଟିଭିରେ ବି ସିଧା ପ୍ରସାରଣ ହୋଇଥିଲା। ଡେଭେଇ ଯେତେବେଳେ ଏହା ଜାଣିଲେ ସେତେବେଳେ ସେ ସଚେତନ ହୋଇଗଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। କାରଣ ଘରେ ବସି ଟିଭିରେ ମ୍ୟାଚ ଦେଖୁଥିବା ତାଙ୍କ ପତ୍ନୀ ଏହି ଦୃଶ୍ୟ ଦେଖି ସାରିଥିଲେ। ଏହା ପରେ ପତ୍ନୀ ତତ୍‌କ୍ଷଣାତ ଘର ଛାଡ଼ି ଚାଲିଯାଇଥିଲେ। ଏହି ଭିଡିଓ ଇକ୍ଵେଡର ସମେତ ସାରା ବିଶ୍ଵରେ ଭାଇରାଲ ହେବାରେ ଲାଗିଛି।

- Advertisement -

ପତ୍ନୀ ଘର ଛାଡ଼ି ଚାଲିଯବା ପରେ ଡେଭେଇ ସାର୍ବଜନିକ ଭାବେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜର ଏଭଳି ତ୍ରୁଟି ପାଇଁ ପତ୍ନୀଙ୍କୁ କ୍ଷମା ମାଗିଛନ୍ତି ଏବଂ ଘରକୁ ଫେରିଆସିବାକୁ ଅନୁରୋଧ କରିଛନ୍ତି। ବହୁ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓରେ ଅପମାନଜନକ କମେଣ୍ଟ ଦେଇଛନ୍ତି। ଏହା ପରେ ଡେଭେଇ ଉତ୍ତେଜିତ ହୋଇ ସେମାନଙ୍କୁ ଜବାବ ଦେଇ କହିଛନ୍ତି ପୃଥିବୀରେ ମଣିଷ ଦ୍ବାରା ଭୁଲ ହୋଇଯାଏ, ଯାହାର ଜବାବ ତାକୁ ଈଶ୍ଵରଙ୍କ ନିକଟରେ ଦେବାକୁ ପଡ଼େ। ତେଣୁ ଲୋକମାନେ ଏବେ ଏହି ପ୍ରସଙ୍ଗକୁ ଏହିଠାରେ ବନ୍ଦ କରିଦେବା ଉଚିତ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories