www.samajalive.in
Saturday, December 6, 2025
16.1 C
Bhubaneswar

ଗଗନଯାନ ପୂର୍ବରୁ ମହାକାଶ ଯିବ ‘ବ୍ୟୋମିତ୍ରା’

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପ୍ରଥମ ମାନବ ମହାକାଶ ଯାନ କାର୍ଯ୍ୟକ୍ରମ ‘ଗଗନଯାନ’ ଅଭିଯାନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୪ ଜଣ ମହାକାଶଚାରୀ ଏହି ଯାନରେ ମହାକାଶକୁ ଯିବେ। ସେମାନଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଗଗନଯାନରେ ମଣିଷ ଯିବା ପୂର୍ବରୁ ମହାକାଶର ସ୍ଥିତିକୁ ଭଲ ଭାବରେ ବୁଝିବା ଲାଗି ‘ବ୍ୟୋମିତ୍ରା’କୁ ପଠାଯିବ। ଏହି ବ୍ୟୋମିତ୍ରା ହେଉଛି ଏକ ରୋବୋଟ୍‌, ଯାହା ଏକ ମଣିଷ ଆକୃତିର। ଏହାର ନାମ ରଖାଯାଇଛି ‘ବ୍ୟୋମିତ୍ରା’।

୨୦୨୨ରେ ଗଗନଯାନ ମହାକାଶକୁ ପଠାଯିବ। ତେବେ ଏହା ପୂର୍ବରୁ ‘ବ୍ୟୋମିତ୍ରା’କୁ ମହାକାଶ ପଠାଯିବ। ଗଗନଯାନରେ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ। ତେଣୁ ଏହି ରୋବୋଟ୍‌କୁ ଜଣେ ମହିଳାଙ୍କ ରୂପ ଦିଆଯାଇଛି। ଇସ୍ରୋର ବୈଜ୍ଞାନିକ ଶ୍ୟାମ ଦୟାଲ କହିଛନ୍ତି, ଏହି ରୋବୋଟ ଏକ ମଣିଷ ପରି କାମ କରିବ ଏବଂ ସେଠାରୁ ଆମକୁ ରିପୋର୍ଟ ପଠାଇବ।

- Advertisement -

ବ୍ୟୋମିତ୍ରା ଅନେକ କାର୍ଯ୍ୟ କରିବାରେ ସକ୍ଷମ। ୨ ପ୍ରକାର ଭାଷା କହିପାରୁ ଥିବା ଏହି ରୋବୋଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଥିଲେ। ଏହି ଅଭିଯାନରେ ମଣିଷଙ୍କୁ ମହାକାଶ ପଠାଇବା ଏବଂ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ଆମର ଦକ୍ଷତା ମାପିବା ସମେତ ଅନେକ ଉଦ୍ଦେଶ୍ୟକୁ ଏହି ରୋବୋଟ ସାକାର କରିବ ବୋଲି ଶିବନ କହିଛନ୍ତି। ଗତବର୍ଷ ଶିବନ କହିଥିଲେ, ଗଗନଯାନକୁ ପଠାଇବା ପୂର୍ବରୁ ୨ଟି ମାନବ ରହିତ ଯାନ ପଠାଯିବ। ଏଥିରେ ଏହି ରୋବୋଟକୁ ମହାକାଶ ପ୍ରେରଣ କରାଯିବ। ଆମ ରୋବୋଟ୍‌ ଏକ ମଣିଷ ପରି ହେବ, ଯିଏ ମଣିଷ ଭଳି ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories