ରାଜ୍ୟସଭା ଉପାଧ୍ୟକ୍ଷ  ପ୍ରାର୍ଥୀ ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମକୁ ନେଇ ଚର୍ଚ୍ଚା

0

ଭୁବନେଶ୍ୱର:  ରାଜ୍ୟସଭାରେ ଉପାଧ୍ୟକ୍ଷ  ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ  ବିଜୁ ଜନତା ଦଳ ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା  ହେଉଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି ।

ରାଜ୍ୟସଭାରେ ଓଡିଶାର ୧୦ ଜଣ ସାଂସଦ ରହିଛନ୍ତି । କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କୁ ଛାଡି ଦେଲେ ଅନ୍ୟ ୯ ଜଣ ସାଂସଦ ବିଜେଡିର । ଏବେ ରାଜ୍ୟ ସଭାରେ ଉପାଧ୍ୟକ୍ଷ ଥିବା ପିଜେ କୁରେଏନ୍‌ଙ୍କ  କାର୍ଯ୍ୟକାଳ ଶେଷ ହେଉଛି । ଆସନ୍ତା ମାସରେ ତାଙ୍କର ତାଙ୍କର କାର୍ଯ୍ୟକାଳ ଶେଷ ହେବ ।  ଏବେ ଏହି ପଦ ପାଇଁ ଏବେ ଅଙ୍କ  କଷା ଆରମ୍ଭ ହୋଇଛି ।  ଏହି ପଦ ପାଇଁ ବିଜେପି ପ୍ରାର୍ଥୀ ଦେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ତେବେ କଂଗ୍ରେସ ବିଜେଡି ପ୍ରାର୍ଥୀକୁ ସମର୍ଥନ ଦେଇପାରେ ବୋଲି ଅନେକ ଆଶା ପ୍ରକଟ କରିଛନ୍ତି ।  ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦୀତା ଚାଲିଛି ।  ଏଆଇଡିଏମ୍‌କେ ପ୍ରତି ବିଜେପିର ସମର୍ଥନ ରହିଛି । କେବଳ ସେତିକି ନୁହଁ କେନ୍ଦ୍ରସରକାରକୁ ଟିଡିପି ସମର୍ଥନ ଦେବା ବନ୍ଦ କରି ଦେଇଥିବାରୁ ତାକୁ ବି  ବିଜେପି ଉପାଧ୍ୟକ୍ଷ ପଦ ପାଇଁ ସମର୍ଥନ ଦେଇ ବିଜେପି ନିଜ ଆଡକୁ ଆକୃଷ୍ଟ କରିପାରେ ।

କଂଗ୍ରେସ ବି ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେଇପାରେ । ମାତ୍ର ବିଜେଡିକୁ କଂଗ୍ରେସ ସମର୍ଥନ ଦେବ ବୋଲି କେତେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।  ମହାମେଣ୍ଟ ଗଠନ ପରେ  କଂଗ୍ରେସ ବିଜେପିକୁ ହରାଇବାକୁ ପୁରାଦମ୍‌ରେ ଲାଗି ପଡିଛି । କେବଳ ସେତିକି ନୁହଁ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜେଡି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିଲା । କଂଗ୍ରେସ  ରାଜ୍ୟସଭାରେ ଉପାଧ୍ୟକ୍ଷ ପଦ ପାଇଁ ବିଜେଡି, ତୃଣମୂଳ କଂଗ୍ରେସ କିମ୍ବା ଟିଡିପିର ପାର୍ଥୀଙ୍କୁ ସମର୍ଥନ ଦେଇପାରେ । ତେବେ କଂଗ୍ରେସ ବିଜେଡି କିମ୍ବା ତୃଣମୂଳ କଂଗ୍ରେସର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ବିଜେପିକୁ କର୍ଣ୍ଣାଟକରେ କ୍ଷମତାଠାରୁ ଦୂରେଇ ରଖିବା ଏବଂ ସଦ୍ୟ ସମାପ୍ତ ଉପ-ନିର୍ବାଚନରେ ମାତ୍‍ ଦେବା ପରେ କଂଗ୍ରେସ ଆଗାମୀ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ ଦୃଷ୍ଟି ନିକ୍ଷେପ କରିଛି। ଏଥିରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ପରାସ୍ତ କରିବା ନିମନ୍ତେ କଂଗ୍ରେସ ଓଡ଼ିଶାରେ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ (ବିଜେଡି)କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଖାସ୍‍ ବିଜେପି ବିରୋଧରେ ବିରୋଧୀ ଦଳଗୁଡିକର ମେଣ୍ଟ ମଜବୁତ କରିବା ନିମନ୍ତେ କଂଗ୍ରେସ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଭଳି ରାଜ୍ୟସଭା ଅଧ୍ୟକ୍ଷ ପଦ ଜଳାଞ୍ଜଳି ଦେବାକୁ ମଧ୍ୟ ପ୍ରସ୍ତୁତ ରହିଛି। ଏହି ନିର୍ବାଚନରେ ନିଜେ ପ୍ରାର୍ଥୀ ନ ଦେଇ ବରଂ ବିଜେଡି ଅଥବା ତୃଣମୂଳ କଂଗ୍ରେସ କିମ୍ବା ଅନ୍ୟ ଯେକୌଣସି ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କଂଗ୍ରେସ ଯୋଜନା ରଖିଥିବା ଏକ ପ୍ରମୁଖ ଜାତୀୟ ଛାପା ଗଣମାଧ୍ୟମ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

ଏହି ରିପୋର୍ଟ ଅନୁସାରେ, ବିଜେପିକୁ ପରାଜିତ କରିବା ନିମନ୍ତେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୋଲି କୁହାଯାଇଛି। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏନ୍‍ଡିଏର ଏକ ସମର୍ଥକ ଭାବେ ଜଣାଶୁଣା। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବହୁ ବିଲ୍‍କୁ ବିଜେଡି ସମର୍ଥନ କରିଆସିଥିବା ବେଳେ ପାର୍ଲାମେଣ୍ଟରେ କେବେ କୌଣସି ବିକ୍ଷୋଭରେ ସାମିଲ ହୋଇନାହିଁ। ଏପରିକି ବିଜେପି ମଧ୍ୟ ବିଜେଡିକୁ ମିତ୍ର ଦଳ ଭାବେ ବିବେଚନା କରିଆସୁଛି। ତେଣୁ ବିଜେପି ଓ ବିଜେଡିର ଏହି ମିତ୍ରତା ପରିପ୍ରେକ୍ଷୀରେ କଂଗ୍ରେସର ରଣନୀତି ସଫଳ ହେବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଉଲ୍ଲେଖ ଯେ ରାଜ୍ୟସଭା ଉପାଧ୍ୟକ୍ଷ ପି. ଜେ. କୁରିଏନ୍‍ଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବ। ଆଗାମୀ ମୌସୁମୀ ଅଧିବେଶନ ଅବସରରେ ଏହି ପଦ ପାଇଁ ନିର୍ବାଚନ ହୋଇପାରେ। ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଥିବାବେଳେ ଦଳ ଏହି ନିର୍ବାଚନରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି। ଉଚ୍ଚ ସଦନରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍)ର ୬ ଜଣ ଏବଂ ୱାଇଏସ୍‍ଆର୍‍ କଂଗ୍ରେସ ପାର୍ଟିର ୨ ଜଣ ସାଂସଦ ଅଛନ୍ତି। ମାତ୍ର ଏହି ଦାକ୍ଷିଣାତ୍ୟ ଦଳଦ୍ୱୟ କଂଗ୍ରେସକୁ ସମର୍ଥନ କରିବାର ବିଶେଷ ସମ୍ଭାବନା ନ ଥିବାବେଳେ ବିଜେଡିର ସମର୍ଥନ ମିଳିଲେ କଂଗ୍ରେସ ସଂଖ୍ୟାଗରିଷ୍ଠତା (୧୨୨) ଲାଭ କରିପାରିବ ବୋଲି କଂଗ୍ରେସର ଜଣେ ପ୍ରମୁଖ ନେତା ପ୍ରକାଶ କରିଥିବା ଏହି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସାଂସଦଙ୍କ ସଂଖ୍ୟା ୧୦୫। ଏହାକୁ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ଏବଂ ଅନ୍ୟ କିଛି ସାଂସଦ ସମର୍ଥନ କରିପାରନ୍ତି। ବିଜେପିକୁ ଟିଆର୍‍ଏସ୍‍ ଏବଂ ୱାଇଏସ୍‍ଆର୍‍ କଂଗ୍ରେସ ପାର୍ଟିର ସମର୍ଥନ ମିଳିବା ସତ୍ତ୍ବେ ବିଜେଡି ନିର୍ବାଚନୀ ଫଳାଫଳକୁ ବିରୋଧୀଙ୍କ ସପକ୍ଷରେ ନେବାର କ୍ଷମତା ରଖେ। ଅନ୍ୟପଟେ ବିଜେଡି କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରି ନ ପାରେ; କିନ୍ତୁ ଯୋଗ୍ୟ ଅଣ-କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହିତ ନବୀନଙ୍କ ବନ୍ଧୁତ୍ୱ ରହିଆସିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସହିତ ଏ ବିଷୟରେ ଆଲୋଚନା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ

ଜଣାପଡ଼ିଛି। ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ ବ୍ରିଏନ ଇତିମଧ୍ୟରେ ବିଜେଡି ନେତା ଭର୍ତ୍ତୃହରି ମହତାବଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି।

ଅନ୍ୟପଟେ ତୃଣମୂଳ କଂଗ୍ରେସ ମଧ୍ୟ ସହମତି ଭିତ୍ତିରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିଜର ପ୍ରାର୍ଥୀ ଦେବାକୁ ଉଦ୍ୟମ କରିପାରେ; କିନ୍ତୁ ପ୍ରାର୍ଥୀ ଘୋଷଣା ପରେ ହିଁ ନବୀନ ଯାହାକିଛି ନିଷ୍ପତ୍ତି ନେବେ ବୋଲି ଦଳର ଜଣେ ନେତା ସ୍ପଷ୍ଟ କରିଛନ୍ତି। ନବୀନ ରାଷ୍ଟ୍ରପତି ନିର୍ବାଚନ ବେଳେ ମୀରା କୁମାରଙ୍କୁ ସମର୍ଥନ ଦେଇ ନ ଥିଲେ, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲେ ବୋଲି ସମ୍ପୃକ୍ତ ନେତା ଉଦାହରଣ ଦେଇଛନ୍ତି। ତେବେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ କିମ୍ବା ତୃଣମୂଳ କଂଗ୍ରେସର ଶୁଖେନ୍ଦୁ ଶେଖର ରାଏ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ôଥପତ୍ର ଦାଖଲ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ଏହି ଗଣମାଧ୍ୟମ ପ୍ରକାଶ କରିଛି।

Leave A Reply