ପ୍ରୋ ହକି ଲିଗ: କଳିଙ୍ଗ ଷ୍ଟାଡ଼ିୟମରେ ନେଦରଲ୍ୟାଣ୍ଡକୁ ୫-୨ ରେ ହରାଇଲା ଭାରତ
ଭୁବନେଶ୍ବର : ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ହକି ଲିଗରେ ନେଦରଲାଣ୍ଡକୁ ୫-୨ ଗୋଲରେ ହରାଇଛି ଭାରତ। ଲିଗ୍ ମ୍ୟାଚରେ ପ୍ରଥମ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଘରୋଇ ଭାରତ। ଘରୋଇ ପରିବେଶରେ ମ୍ୟାଚ୍ ଖେଳୁଥିବା ଭାରତୀୟ ହକି ଦଳ ମ୍ୟାଚ୍ ଆରମ୍ଭରୁ ନିଜର ଆଧିପତ୍ୟ ଜାହିର କରିଥିଲା। ମ୍ୟାଚର ପ୍ରଥମ ମିନିଟରେ ଗୁରଜନ୍ତ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍ କରି ନେଦରଲାଣ୍ଡକୁ ଚାପରେ ପକାଇଥିଲେ। ୧୧ ତମ ମିନିଟରେ ଟିମ ଇଣ୍ଡିଆ ଭିଡିଓ ରେଫରାଲ ମାଧ୍ୟମରେ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ରୁପିନ୍ଦର ପାଲ ସିଂହ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଦେଇଥିଲେ।
#FIHProLeague mein pehli jeet ka jashn! ??
Kaisa laga aapko #TeamIndia ka pradarshan? ?#IndiaKaGame #INDvNED @oranjehockey @FIH_Hockey @sports_odisha @CMO_Odisha @Media_SAI @IndiaSports pic.twitter.com/CJiakftJtF
— Hockey India (@TheHockeyIndia) January 18, 2020
ଏହା ପରେ ମ୍ୟାଚର ୧୩ତମ ଓ ୨୮ ତମ ମିନିଟରେ ନେଦରଲାଣ୍ଡ ଭାରତକୁ ଗୋଲ ଦେଇ ପଏଣ୍ଟକୁ ୨-୨ରେ ରଖିଥିଲା। ମ୍ୟାଚର ୩୪ତମ ମିନିଟରେ ମନଦୀପ ସିଂହ ଗୋଲ କରି ସ୍ଥିତି ୩-୨ କରିଥିଲେ। ଏହାପରେ ୩୬ତମ ମିନିଟରେ ଲଳିତ ଉପାଧ୍ୟୟ ଭାରତ ପାଇଁ ୪ର୍ଥ ଗୋଲ ସ୍କୋର କରିଥିଲେ। ମ୍ୟାଚର ୪୬ତମ ମିନିଟରେ ଭାରତୀୟ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ପୁଣିଥରେ ରୁପିନ୍ଦରପାଲ ସିଂହ ଏହାକୁ ଗୋଲରେ ପରିଣତ କରି ଦଳକୁ ୫-୨ରେ ଆଗୁଆ କରିଦେଇଥିଲେ।
Comments are closed.