ମାନସିକ ଦୁଶ୍ଚିନ୍ତା ଦୂର ସହ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରେ କର୍ପୂର ତେଲ
ପୂଜାପାଠ , ହୋମ, ଯଜ୍ଞରେ କର୍ପୂରର ପ୍ରୟୋଗ ହୋଇଥାଏ। ମାତ୍ର ପୂଜା ବ୍ୟତୀତ ଏହାକୁ ଅନ୍ୟ କେତେକ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରି ହେବ। ଯାହା ହୁଏତ ସଭିଏଁ ଜାଣି ନଥିବେ। ଏଥିରେ ଆଣ୍ଟି-ବାୟୋଟିକ ଓ ଆଣ୍ଟି- ଫଗଲ ଗୁଣ ରହିଛି। ଏହି କାରଣରୁ ଏହା ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଖୁବ ହିତକାରକ। କର୍ପୂର ଓ କର୍ପୂର ତେଲ ଉଭୟର ବେଶ ଉପକାରିତା ରହିଛି। ଜାଣନ୍ତୁ କିଭଳି କରିବେ ଏହାକୁ ବ୍ୟବହାର ……
– କର୍ପୂର ତେଲ ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଓ ଏହାର ଦାଗ ସମ୍ପୂର୍ଣ୍ଣ ଦୂର ହୋଇଥାଏ। ଏହାସହ ମୁହଁ ଓ ଶରୀରରେ ଥିବା ବହୁଦିନର ଦାଗ ମଧ୍ୟ ଦୂର କରିଥାଏ।
– ଏହାକୁ ମଥାରେ କିମ୍ବା କେଶ ମୂଳରେ ଲଗାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ।
– ରୂପି, କେଶ ଝଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଏହାକୁ ନିୟମିତ କେଶ ମୂଳରେ ମାଲିସ କରନ୍ତୁ। ମୁଣ୍ଡରେ ଏହାକୁ ଲଗାଇବା ଦ୍ୱାରା ଚନ୍ଦାପଣ ଦୂର ହୋଇ ଅର୍ଥାତ ନୂତନ କେଶ ସୃଷ୍ଟି କରିଥାଏ।
– ଏହି ତେଲ ଲଗାଇବା ଦ୍ୱାରା କେଶ ଲମ୍ବା, ଘନ ମଜଭୂତ ହୋଇଥାଏ।
– କର୍ପୂର ତେଲରେ ଅଳ୍ପ ଦହି ମିଶାଇ ଏହାକୁ କେଶ ମୂଳରେ ଲଗାଇ ୩୦ ମିନିଟ ରଖି ଦିଅନ୍ତୁ। ଏହା ମଧ୍ୟ କେଶ ଝଡ଼ିବା ଦୂର କରିଥାଏ।
– ଏକ ବଡ଼ ପାତ୍ରରେ ପାଣିରେ ଅଳ୍ପ କିଛି ମାତ୍ରାରେ କର୍ପୂର ତେଲ ମିଶାନ୍ତୁ। ଏଥିରେ ପାଦ ବୁଡ଼ାଇ ରଖିବା ଦ୍ୱାରା ପାଦ ସଫା ହେବା ସହ ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ। ପାଦର ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।
– ବହୁ ସମୟରେ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯେଉଁସ୍ଥାନରେ ଯନ୍ତ୍ରଣା ହେଉଥିବ ସେଠାରେ କର୍ପୂର ତେଲକୁ ମାଲିସ କରନ୍ତୁ। ଏହା ଏକ ପ୍ରକାର ଔଷଧ ଭାବେ କାର୍ଯ୍ୟ କରିଥାଏ।
– ଏହି ତେଲ ବଜାରରେ ଖୁବ ସହଜରେ ମିଳିଥାଏ।
– ଆପଣ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ….
– କିଛି ପରିମାଣରେ ନଡ଼ିଆ ତେଲ ନିଅନ୍ତୁ। ଏଥିରେ କର୍ପୂରର କିଛି ଖଣ୍ଡ ମିଶାନ୍ତୁ। ଏହାକୁ ମିଶାଇ କିଛି ଦିନ ରଖିବା ପରେ ବ୍ୟବହାର କରନ୍ତୁ।
Comments are closed.