କର୍ମକ୍ଷେତ୍ରରେ ସଫଳତା ପାଇଁ ଆପଣାନ୍ତୁ ଏହି ଉପାୟ

0

ଯଦି ଆପଣ ଚାକିରି କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବା ପଦୋନ୍ନତି ହେଉ ନାହିଁ ତେବେ ବିବ୍ରତ ହେବା ନିଶ୍ଚିତ। ଏଭଳି ସମୟରେ ଆପଣ ହୁଏତ ନୂଆ ଚାକିରି ଖୋଜି ପାରନ୍ତି କିମ୍ବା ସ୍ବଭାବରେ କିଛି ପରିବର୍ତ୍ତନ ଆଣିପାରନ୍ତି।

ସେହିପରି ବ୍ୟବସାୟ କ୍ଷେତ୍ରରେ ଯଦି କ୍ଷତି ସହୁଛନ୍ତି ବା ବ୍ୟବସାୟ ଭଲ ହେଉନାହିଁ ତେବେ ଏକ୍ଷେତ୍ରରେ ଆପଣଙ୍କୁ କିଛି ଉପାୟ କରିବାକୁ ପଡ଼ି ପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟାର କିପରି କରିବେ ସମାଧାନ –

ବୁଧବାର ଦିନ ବ୍ରତ କରିବା ସହ ଚନ୍ଦ୍ରମା’ଙ୍କୁ ପୂଜା କରନ୍ତୁ ।

ଚନ୍ଦ୍ରମା’ଙ୍କୁ ଜଳ ଓ କ୍ଷୀର ଅର୍ପଣ କରୁନ୍ତୁ ।

ସକାଳେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।

ବୁଧବାର ଦିନ ସବୁଜ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ ।

ନୂଆ ଚାକିରି ପାଇଁ କରନ୍ତୁ ଏହି ଉପାୟ

ଚାକିରିର କାରକ ଗ୍ରହ ହେଉଛନ୍ତି ଶନି।

ତେଣୁ ଶନି ମନ୍ଦିରରେ କଳା ରାଶି ଏବଂ ସୋରିଷ ତେଲ ଢାଳନ୍ତୁ ।

ଶନିବାର କଳା ବସ୍ତ୍ର ପରିଧାନ କରନ୍ତୁ ।

ନୂଆ ବ୍ୟବସାୟ ପାଇଁ କରନ୍ତୁ ଏହି ଉପାୟ

ସବୁଜ ରଙ୍ଗର ଆଲମାରି ରଖନ୍ତୁ ।

ଆଲମାରିରେ ନାଲି ରଙ୍ଗର କପଡା ବିଚ୍ଛେଇ ରଖନ୍ତୁ ।

ଆଲମାରିରେ ଗଣେଶ ଓ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ ।

ଗଣେଶ ଚାଳିସା ପାଠ କରନ୍ତୁ ।

ବୁଧବାର ଦିନ ଘରର ମୁଖ୍ୟଦ୍ବାର ନିକଟରେ ରାଶି ତେଲରେ ଦୀପ ଜଳାନ୍ତୁ ।

ଗଣେଶ ଭଗବାନଙ୍କୁ ଲଡୁ ପ୍ରସାଦ ରୂପେ ଭୋଗ ଲଗାନ୍ତୁ ।

Leave A Reply