www.samajalive.in
Friday, December 12, 2025
14.1 C
Bhubaneswar

ଖେଲୋ ଇଣ୍ଡିଆରେ ଓଡିଶାକୁ ପ୍ରତିନିଧିତ୍ୱ କରବେ ସୁଇମର ପ୍ରତ୍ୟାଷା

ସମ୍ବଲପୁର : ଆସନ୍ତା ୧୭ ତାରିଖରୁ ଆସାମର ରାଜଧାନୀ ଗୁଆହାଟୀ ଠାରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଏହି ଗେମ୍ସରେ ଏକ ମାତ୍ର ସନ୍ତରଣବିତ ଭାବରେ ଜାତୀୟସ୍ତରର ସନ୍ତରଣକାରୀ ପ୍ରତ୍ୟାଷା ରାୟ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବେ ବୋଲି ଓଡିଶା ରାଜ୍ୟ ସୁଇମିଙ୍ଗ ଏସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

ସଂଘର ସାଧାରଣ ସମ୍ପାଦକ ଦିଲାୱର ହୁସେନଙ୍କ ତରଫରୁ ଜାରି ସୂଚନା ଅନୁଯାୟୀ, ପ୍ରତ୍ୟାଷା ବିଗତ ଦିନରେ ବହୁ ଜାତୀୟସ୍ତରର ସନ୍ତରଣ ପ୍ରତିଯୋଗୀତା ମାନଙ୍କରେ ପଦକ ହାସଲ କରି ରାଜ୍ୟକୁ ସୁନାମ ଆଣିଛନ୍ତି। ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସନ୍ତରଣବିତ ପ୍ରତ୍ୟାଷା ଓ ତାଙ୍କର କୋଚ ଗଙ୍ଗାଧର ଓରାମ (ଜାତୀୟ ସନ୍ତରଣ କୋଚ) ୧୫ ତାରିଖରେ ଭବନେଶ୍ୱରରୁ ଗୁଆହାଟୀକୁ ଯାତ୍ରା କରିବେ। ଏହି ଗେମ୍ସରେ ଇଷ୍ଟକୋଷ୍ଟ ରେଳବାଇ, ଭୁବନେଶ୍ୱରର ସନ୍ତରଣ କୋଚ ଲକ୍ଷ୍ମୀ ଚନ୍ଦ୍ର ମହାକୁର ଟେକନିକାଲ ଅଧିକାରୀ ଭାବରେ ଭାଗ ନେଉଛନ୍ତି। ଏଣୁ ସନ୍ତରଣବିତ ପ୍ରତ୍ୟାଷା, କୋଚ ଗଙ୍ଗାଧର ଓ ଲକ୍ଷ୍ମୀ ଙ୍କୁ ସଂଘର ସମସ୍ତ ସଦସ୍ୟ ମାନଙ୍କ ତରଫରୁ ରାଜ୍ୟକୁ ସଫଳତା ଆଣିବା ପାଇଁ ଶୁଭେଚ୍ଛା ଦିଆଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories