www.samajalive.in
Tuesday, December 9, 2025
26.1 C
Bhubaneswar

ବାଧ୍ୟତାମୂଳକ ହେବ ସୁନା ଗହଣାର ହଲ ମାର୍କିଙ୍ଗ – କାଲି ଆସିବ ବିଜ୍ଞପ୍ତି

ନୂଆଦିଲ୍ଲୀ: ସୁନାଗହଣା ଓ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ପଦାର୍ଥର ହଲ ମାର୍କିଙ୍ଗକୁ ବାଧ୍ୟତା ମୂଳକ କରାଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶୱାନ କହିଛନ୍ତି, ହଲ ମାର୍କିଙ୍ଗକୁ ବାଧ୍ୟତା ମୂଳକ କରାଯିବା ପାଇଁ ସରକାର ଆସନ୍ତାକାଲି ବିଜ୍ଞପ୍ତି ଜାରି କରିବେ । ସେ କହିଛନ୍ତି, ଏହି ବିଜ୍ଞପ୍ତି ଜାରି ହେବା ପରେ ଗହଣା ବିକ୍ରେତାମାନଙ୍କୁ ୨୦୨୧ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ ପାଇଁ ୧ ବର୍ଷର ସମୟ ଦିଆଯିବ ।

ସେ କହିଛନ୍ତି, ବର୍ତ୍ତମାନ ହଲମାର୍କ ଥିବା ସୁନାଗହଣା ତିନୋଟି ଶ୍ରେଣୀର ସୁନାରେ ମିଳିବ। ସେଗୁଡ଼ିକ ହେଉଛି ୧୪ କ୍ୟାରେଟ୍‍, ୧୮ କ୍ୟାରେଟ୍‍ ଓ ୨୨ କ୍ୟାରେଟ୍‍ । ପାଶୱାନ କହିଛନ୍ତି, ଏହି ନୂଆ ବ୍ୟବସ୍ଥା ଦ୍ୱାରା ସୁନାଗହଣା ଉତ୍ପାଦନ କ୍ଷେତ୍ରରେ ଜାଲିଆତି ଓ ଦୁର୍ନୀତିକୁ ଲୋପ କରାଯାଇ ପାରିବ ଓ ଗ୍ରାହକମାନେ ଉପଯୁକ୍ତ ମାନର ସୁନାଗହଣା ପାଇପାରିବେ।

- Advertisement -

ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ହଲ ମାର୍କିଙ୍ଗ କେନ୍ଦ୍ର ରହିଥିବା ପାଶୱାନ କହିଛନ୍ତି। ଏହି କେନ୍ଦ୍ରଗୁଡିକ ଅଧୀନରେ ସମସ୍ତ ଗହଣା ପ୍ରସ୍ତୁତକରି ଭାରତୀୟ ମାନକ ବ୍ୟୁରୋରେ ପଂଜିକୃତ ହେବ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏ ନେଇ ଆଇନ ଉଲ୍ଲଙ୍ଘନ କରନ୍ତି, ସେମାନଙ୍କୁ ଦଣ୍ଡବିଧାନ ସ୍ୱରୂପ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories